ମା’ହେବା ପାଇଁ କଏଦି ସ୍ୱାମୀଙ୍କୁ ମିଳିଲା ଛୁଟି

ରାଜସ୍ଥାନ: ମା’ହେବା ପାଇଁ କଏଦି ସ୍ୱାମୀଙ୍କୁ ମିଳିଲା ଛୁଟି । ସ୍ତ୍ରୀ ପାଖକୁ ୧୫ ଦିନ ପାଇଁ ଫେରିଲା ସ୍ୱାମୀ । ୧୫ ଦିନ ଭିତରେ ମା’ ବନେଇବାକୁ ମିଳିଲା ଆଦେଶ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଯୋଧାପୁରରେ । କଏଦିକୁ ଛୁଟି ଦେଲେ ହାଇକୋର୍ଟ । ରେଖା ନିଜ ସ୍ୱାମୀଙ୍କୁ ମୁକ୍ତି ପାଇଁ ସନ୍ତାନ ଅଧିକାର ପରେ ଜୋର୍ ଦେବାଲାଗି ଉଚ୍ଚ ନ୍ୟାୟଳୟ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ହାଇକୋର୍ଟର ବିଚାରପତି କହିଲେ ଯେ, କଏଦୀ ଜେଲ୍ ଯିବା ଯୋଗୁଁ ତାଙ୍କ ପତ୍ନୀଙ୍କ ଯୌନ ଓ ଭାବନାତ୍ମକ ଆବଶ୍ୟକତା ପ୍ରଭାବିତ ହୋଇଛି ।

ହାଇକୋର୍ଟ ସ୍ତ୍ରୀକୁ ଗର୍ଭବତୀ କରିବାର ଅଧିକାର ବଳରେ ଯୋଧାପୁର ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣେଇଛନ୍ତି । ରେଖାଙ୍କ ସ୍ୱାମୀ ଜେଲ୍  ଦୀର୍ଘ ଦିନ ଧରି ବିଚାର ବିଭାଗ୍ୟ ହାଜତରେ ରହିଥିଲେ । ସେଥିପାଇଁ ତାଙ୍କୁ ଛୁଟି ଦିଆଯାଇଛି । ଏହି ସମ୍ର ମଧ୍ୟରେ ସ୍ତ୍ରୀଙ୍କ ଗର୍ଭବତୀ କରିବାକୁ ହେବ । ଏଥିପାଇଁ ପାରୋଲରେ ସ୍ୱାମୀଙ୍କ ଛାଡିବା ନିବେଦନ କରିଛି ସ୍ତ୍ରୀ ।ନିବେଦନ ରଖି ୧୫ ଦିନ ଛାଡିଛି ହାଇକୋର୍ଟ । ହାଇକୋର୍ଟ ବିଚାରପତି ଫରଜାନ୍ଦଅଲ୍ଲୀ ଓ ଜଷ୍ଟିସ୍ ସନ୍ଦୀପଙ୍କ ଗଠିତ ଖଣ୍ଡପିଠ ଏମିତି ରାୟ ଶୁଣାଇଛନ୍ତି । ବନ୍ଧୀରେ ରହିଥିବା ଯୋଗୁଁ ସ୍ତ୍ରୀ ଏହା ଦ୍ୱାରା ପ୍ରଭାବିତ ହୋଉଛନ୍ତି । ଅଧିକାର କ୍ଷୁର୍ଣ୍ଣ ହୋିଥିବା କଥା କହିଛନ୍ତି ।

ଏହି ସମୟରେ କଣ୍ଡ଼ପିଠ ରକ୍ ବେଦ ସମେତ ହିନ୍ଦୁ ଧର୍ମଗ୍ରନ୍ଥର ଉଦାହରଣ ଦେଇଥିଲେ ୧୫ ଦିନିଆ ପାରୋଲ୍ ଦେଇଥିଲେ । ଫଳରେ ୩୪ ବର୍ଷୟ ନନ୍ଦଲାଲ ଓ ତିଙ୍କ ପତ୍ନୀ ରେଖା ଏବେ ମିଶିପାରିବାର ସୁଯୋଗ ପାଇପାରିବେ । ଗର୍ଭବତୀ ହେବା ମହିଳାଙ୍କ ଅଧିକାର ହେଇଥାଏ । ଏହା ଦ୍ୱାରା ସ୍ୱାମୀ ତାର ବ୍ୟବହାରରେ ପରିବର୍ତନ ଆଣିପାରିବ ବୋଲି ଆଶା ରହିଛି । ଏହାର ପରବର୍ତୀ ସମୟରେ ଅଭିଯୁକ୍ତ ମୁକୁଳିବା ପରେ ସେ ଶନ୍ତିପୂର୍ଣ୍ଣ ପରିବେଶରେ ବଂଚିପାରିବ ବୋଲିଓ ସହନଶୀଳଜୀବନ ଯାପନ କରିବ ବୋଲି ସହାୟକ ହେବ ।