ପଛରୁ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ କଲେ ଦୂର୍ବୁତ

ଜାପାନ:ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଛି ଆକ୍ରମଣ । ସିଞ୍ଜୋ ଆବେଙ୍କୁ ପଶ୍ଚିମ ଜାପାନର ନାରା ସହରରେ ଗୁଳିମାଡ଼ କରାଯାଇଥିବା ବେଳେ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି ।ଏକ ଜନସଭାକୁ ସମ୍ବୋଧନ ସମୟରେ ଗୁଳିମାଡର ଶିକାର ହୋଇଥିଲେ ସିଞ୍ଜୋ । ଗୁଳିବାଜିବା ଫଳରେ ତାଙ୍କ ଛାତିରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା ।ତାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।କିଏ ଓ କାହିଁକି ଗୁଳିମାରିଛି ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ପୋଲିସ । ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ନେଇ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସେ ୨୦୦୬-୦୭, ୨୦୧୨-୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ଜାପାନରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ତେବେ ଆକ୍ରମଣର ଭିଡିଓ ଏବେ ସାମ୍ନାକୁ ଆସିଛି । କିନ୍ତୁ ଲୋକମାନେ ଏତେତେଣେ ଦୌଡ଼ୁଥିବାରୁ ଏତେ ସ୍ପଷ୍ଟ ଦେଖାଯାଉନାହିଁ ।