ଫାଇଭ୍ ଟି ସଚିବଙ୍କୁ ପ୍ରେସିଡେଣ୍ଟ୍ ଆୱାର୍ଡ୍ ସମ୍ମାନ ପ୍ରଦାନ କରିଛନ୍ତି ଏଫଆଇଏଚ୍ ସଭାପତି

ଭୁବନେଶ୍ବର : ଓଡ଼ିଶାରେ ଅନୁଷ୍ଠିତ ହେଉଛି ପୁରୁଷ ହକି ବିଶ୍ୱକପ | ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଯୋଗଦାନ ଅତୁଳନୀୟ ରହିଛି ।ତେବେ ଏନେଇ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍ ସଭାପତି ଚୟବ ଇକ୍ରାମ ତାଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡରେ ସମ୍ମାନିତ କରିଛନ୍ତି | ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ୍ ସେହି ବ୍ୟକ୍ତି, ସଂଗଠନ କିମ୍ବା ଜାତୀୟ ସଂଘକୁ ଦିଆଯାଇଥାଏ ଯେଉଁମାନେ ନିଜ କ୍ଷେତ୍ରରେ ହକିର ବିକାଶ ପାଇଁ ବିଶେଷ ଯୋଗଦାନ କରିଥାନ୍ତି ।

ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ ବିଶ୍ୱକପକୁ ସଫଳ କରିବାରେ ତାଙ୍କର ଅନେକ ଅବଦାନ ରହିଥିବା ଏଫଆଇଏଚ୍ ସଭାପତି କହିଛନ୍ତି |ଆଉ ସେଥିପାଇଁ ତାଙ୍କୁ ଏହି ସମ୍ନାନରେ ସମ୍ମାନିତ କରାଯାଇଛି | ସେପଟେ ଏହି ସମ୍ମାନକୁ ଗ୍ରହଣ କରି ୫ଟି ସଚିବ ଭି.କେ. ପାଣ୍ଡିଆନ୍ କହିଛନ୍ତି ଯେ, ମୁଁ ଏହି ସମ୍ମାନ ଗ୍ରହଣ କରି ବେସ ସମ୍ମାନିତ ମନେ କରୁଛି । ମୁଁ ଏକମାତ୍ର ଏହାର ବିଜେତା ନୁହେଁ, ମୁଁ କେବଳ ମାତ୍ର ଟିମ୍ ଓଡ଼ିଶାର ପ୍ରତିନିଧି । ଆମେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ବାରା ଅନୁପ୍ରେରିତ ।ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଅନୁଷ୍ଠିତ ହେଉଥିବାର ଆମେ ସମସ୍ତେ ଗର୍ବ କରୁଛୁ |