ଡେସ୍କ: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ନୂତନ ବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଆଶା ପୋଷଣ କରିଛନ୍ତି ଯେ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଅଧିକ ସଫଳତା ଆଣିବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଲୋକଙ୍କୁ ଦେଶର ଏକତା, ଅଖଣ୍ଡତା ଏବଂ ବିକାଶରେ ନିଜକୁ ସମର୍ପିତ କରିବାକୁ ଅନୁରୋଧ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଏହି ଆନନ୍ଦଦାୟକ ଉତ୍ସବ ଆମର ଅଭିବୃଦ୍ଧି ଜାରି ରଖିବାର ଏକ ସୁଯୋଗ ଅଟେ ଯାହାକି ଉନ୍ନତ ଅଭିବୃଦ୍ଧି ପଥକୁ ସୁନିଶ୍ଚିତ କରିବ।