ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୀତି ପ୍ରସ୍ତୁତ କରାଯିବ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନ ମୁଦ୍ରସ୍ଫୀତି ବୃଦ୍ଧି ପାଉଛି, ଅନ୍ୟପଟେ ଭାରତର ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଠିକ ଏହି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ମୁଦ୍ରାସ୍ଫୀତିକୁ ଅଟକାଇବା ପାଇଁ ବିକାଶକୁ ବଳି ଦିଆଯିବ ନାହିଁ ।  ସେ ଏହା ମଧ୍ୟ କହିଛନ୍ତିଯେ , ମୁଦ୍ରା ନୀତି ଏପରି ଭାବରେ କରାଯିବ ଯାହା ଦ୍ୱାରା ଅଭିବୃଦ୍ଧିର ଗତି ଉପରେ ଏହାର ପ୍ରଭାବ ଅଧିକ ହେବ ନାହିଁ। ସିଙ୍ଗାପୁର ଇଣ୍ଡିଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଏକ କାର୍ୟ୍ୟକ୍ରମରେ ଶକ୍ତିକାନ୍ତ ଦାସ ଏହି କଥା କହିଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ଏବଂ ଭାରତର ମୁଦ୍ରା ଦୁର୍ବଳ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ହ୍ରାସ ପାଇଁ ମୁଦ୍ରା ନୀତିକୁ କଡାକଡି କରିବାକୁ ଏହା ଆରବିଆଇ ଉପରେ ଚାପ ପକାଉଛି।

ସେ କହିଛନ୍ତି ଯେ ଆମେ ସବୁବେଳେ ଅର୍ଥନୈତିକ ବିକାଶର ଆବଶ୍ୟକତାକୁ ମନେ ରଖିଥାଉ ଏବଂ ହ୍ରାସ ହାର କେବଳ କିଛି ପରିମାଣରେ ହେବା ଉଚିତ। ସେ କହିଛନ୍ତି ଯେ ନୀତି ଏପରି ହେବା ଉଚିତ ନୁହେଁ ଯେଉଁଥିପାଇଁ ଅର୍ଥନୀତିରେ ବହୁତ ହ୍ରାସ ଘଟିବ। ଚଳିତ ବର୍ଷ ଅକ୍ଟୋବରରୁ ସାଧାରଣ ଲୋକ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ (ଅକ୍ଟୋବର ରୁ ମାର୍ଚ୍ଚ ମଧ୍ୟରେ) ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି ଯାହା ଦେଶର ଅର୍ଥନୈତିକ ସମସ୍ୟାକୁ ଦୂର କରିବ। ବର୍ତ୍ତମାନ ଯୋଗାଣ ଦୃଷ୍ଟିକୋଣ ଭଲ ଦେଖାଯାଉଛି ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଅର୍ଥନୀତିର ଏକ ଭଲ ପୁନରୁଦ୍ଧା ହୋଇଛି ଏବଂ ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ମଧ୍ୟମ ହେବ ବୋଲି ଆଶା କରାଯାଉଛି।