ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡିଂ ସ୍ଥାନକୁ ‘ଶିବ ଶକ୍ତି’, ଚନ୍ଦ୍ରଯାନ -୨ କ୍ରାସ ହହୋଇଥିବ ସ୍ଥାନକୁ ‘ତ୍ରିରଙ୍ଗା ପଏଣ୍ଟ’ନାଁ ଦେଲେ ମୋଦୀ 

ବେଙ୍ଗାଲୁର :ଇସ୍ରୋ କଣ୍ଟ୍ରୋଲ କମ୍ପେଲକ୍ସ ବୈଜ୍ଞାନିକମାନଙ୍କ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଏହି ସମୟରେ ଏକ ବଡ ଘୋଷଣା କରିଛନ୍ତି ।  ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିଛି ସେ ସ୍ଥାନକୁ ‘ଶିବଶକ୍ତି’ ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୨ ଅଳ୍ପରେ କ୍ରାସ ହୋଇଯାଇଥିଲା ସେ ସ୍ଥାନକୁ ‘ତ୍ରିରଙ୍ଗା ପଏଣ୍ଟ’ ଭାବେ ନାମକରଣ କଲେ  ମୋଦୀ । ଏହାସହ ଅଗଷ୍ଟ ୨୩ ତାରିଖକୁ ‘ନ୍ୟାସନାଲ ସ୍ପେଶ୍ ଡେ’ ଭାବେ ଘୋଷଣା କରିଛନ୍ତି ।

ଏହା ପରେ ମୋଦୀ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା କ୍ରମରେ କହିଲେ, ‘ ଯେଉଁଠାରେ ବିଶ୍ୱର କେହି ପହଞ୍ଚିପାରିନାହାଁନ୍ତି ସେଠାରେ ଭାରତ ପହଞ୍ଚିପାରିଛି । ମୋ ଆଖି ଆଗରେ ଅଗଷ୍ଟ ୨୩ ତାରିଖର ପ୍ରତିଟି ସେକେଣ୍ଡ ଝଲସି ଉଠୁଛି । ଯେଉଁ କ୍ଷଣରେ ‘ଟଚ୍ ଡାଉନ୍’ ନିଶ୍ଚିତ ହୋଇଗଲା ସେହିସମୟରେ ଇସ୍ରୋ ସେଣ୍ଟରରେ ଏବଂ ପୁରା ଦେଶରେ ଲୋକଙ୍କ ପ୍ରତିକ୍ରିୟାକୁ କେବେବି ଭୁଲିପାରିବି ନାହିଁ । ସେ ମୁହୂର୍ତ୍ତ ଚିର ସ୍ମରଣୀୟ ହୋଇରହିଗଲା’ ।