ପିକଅପ ଭ୍ୟାନକୁ ପିଟିଲା ଆମ୍ବୁଲାନ୍ସ, ୨ କର୍ମଚାରୀ ଗୁରୁତର

ଭଦ୍ରକ ; ମାଲ ବୋଝେଇ ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ୨ ଗୁରୁତର। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସହ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ରାଜପଥ କଡ଼ରେ କୋଲକାତାରୁ କାଠ ବୋଝେଇ ହୋଇ ଆସିଥିବା ପିକଅପ୍ ଭ୍ୟାନଟି ଠିଆ ହୋଇଥିଲା । ସେହି ସମୟରେ ଆମ୍ବୁଲାନ୍ସଟି ପଛପଟୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ପିକଅପ୍ ଭ୍ୟାନଟି ରାଜପଥ କଡ଼ ନାଳକୁ ଓଲଟି ପଡିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀ ଗାଡି ତଳେ ଚାପି ହୋଇ ରହି ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଛନ୍ତି ।