ଜାମ୍ମୁ-କଶ୍ମୀର(ରିପୋର୍ଟର୍ସ ଟୁଡେ) : କୂଅରୁ ପାଣି ବ୍ୟବହାର କରିବାରୁ ଦଳିତ ମାନେ ବ୍ରାହ୍ଣଣ ମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି । ଏହି ଘଟଣା ଘଟିଛି ଜାମ୍ମୁ କଶ୍ମୀରରେ । ଜାମ୍ମୁ କଶ୍ମୀରରେ ଥିବା ମଲରାହା ଗାଁରେ ଏଭଳି ଘଟଣା ଘଟିଛି । ମଲରାହା ଗାଁରେ ବ୍ରାହ୍ଣଣ ଓ ଦଳିତ ସମ୍ପ୍ରଦାୟର ଲୋକ ବାସ କରନ୍ତି । ଜୁନ ୯ ତାରିଖ ରାତିରେ ଦଳିତ ମାନେ ବ୍ରାହ୍ମଣ ମାନଙ୍କ ଦ୍ୱାର ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣା ଗାଁରେ ଅବସ୍ଥିତ କୂଅରୁ ଦଳିତ ସମୁଦାୟର ଦୁଇ ମହିଳା ପିଇବା ପାଣି କାଢିବା ଘଟଣାକୁ ନେଇ ଏହି ଆକ୍ରମଣ କରାଯାଇଥିଲା । ଧାରୁଆ ଅସ୍ତ୍ର ଦ୍ୱାରା ଦଳିତ ମାନଙ୍କୁ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ଜୁନ୍ ୧୦ ତାରିଖ ଦିନ ବ୍ରାହ୍ଣଣ ସମ୍ପ୍ରଦାୟର ୭ ଜଣଙ୍କ ନାମରେ ମାମଲା ଦାୟର ହୋଇଥିଲା । ଏହି ଗାଁରେ ରହୁଥିବା ଦଳିତ ୨୫ ପରିବାର ମହଶା ଦଳିତ ସଂପ୍ରଦାୟର ଏବଂ ୪ ବ୍ରାହ୍ଣଣ ସଂପ୍ରଦାୟ ଏଠାରେ ବାସ କରିଆସୁଛନ୍ତି ଅନେକ ଦିନରୁ ଏହି ଠାରେ ପିଇବା ପାଣିର ସମସ୍ୟାକୁ ନେଇ ମହଶା ସଂପ୍ରଦାୟ ବ୍ରାହ୍ମଣ ସଂପ୍ରଦାୟ ଦ୍ୱାରା ଆକ୍ରମଣ ଓ ଜାତିପ୍ରଥାର ଶିକାର ହୋଇଆସୁଛନ୍ତି ।