ବାରିପଦା : କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଜେଇଙ୍କୁ ଅଶାଳୀନ ଆଚରଣ କରିବା ପଡିଲା ମହଙ୍ଗା । ଏହି ଆଶାଳୀନ ଆଚରଣ ପାଇଁ ରାଷ୍ଟ୍ରମନ୍ତ୍ରୀ ଟୁଡ଼ୁଙ୍କ କାର୍ୟ୍ୟକ୍ରମ ବର୍ଜନ କରିବା ପାଇଁ ଓଏଏସ ସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ସଂଘର ସଭାପତି ସରୋଜ ସାମଲ ସାମ୍ବାଦିକ ମାନଙ୍କୁ କହିଛନ୍ତି ।
ଅନେକ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ବିଶ୍ୱଶ୍ୱର ଟୁଡୁ ଧମକ ସହିତ କଟୁ ଭାଷାରେ ଗାଳି ଗୁଲଜ କରିବାକୁ ପଛାଇନାହାନ୍ତି । ପ୍ରଥମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜଣେ ଜେଇଙ୍କୁ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଅତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ସହ କୁକୁର ଭଳି କାହିଁକି ହେଉଛୁ ? କାହାର ଗୋଲାମ, ମୟୂରଭଞ୍ଜ ଆସିଲେ ମାଡ଼ ପଡ଼ିବ ବୋଲି ଧମକ ଦେଇଥିଲେ । ଏହା ପରେ ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ସମାନ ଆଚରଣ ଦେଖାଇଥିଲେ ମନ୍ତ୍ରୀ । ସମ୍ବଲପୁର ଡିଆରଡିଏ ପିଡିଙ୍କୁ ଅତି କଟୁ ଶବ୍ଦ ପ୍ରୟୋଗ କରିଥିଲେ । ୯ତାରିଖ ଦିନ ରାଷ୍ଟ୍ରମନ୍ତ୍ରୀ ମୟୂରଭଞ୍ଜ ସର୍କିଟ ହାଉସ୍ ଠାରେ ସ୍ଥାନୀୟ ଏଡିଏମଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ଗତକାଲି କଳାବ୍ୟାଚ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିଥିଲା ।