ବାଲିଗୁଡ଼ା/ ବନବାସୀ ପ୍ରଧାନ: ବାଲିଗୁଡା ଏନଏସିର ନବନିର୍ବାଚିତ ବିଜୟ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଗୋବିନ୍ଦ ପ୍ରଧାନ ଶିକ୍ଷକରୁ ଜନ ସେବା କରିବାକୁ ମନା ବଳାଇ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ସମସ୍ୟା ଯଥା- ପାନୀୟଜଳ, ଆଲୋକିକରଣ, ରାସ୍ତାଘାଟ ସଫେଇ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଅଧ୍ୟକ୍ଷ ଆସନରେ ବସିଲାପରେ ବ୍ଲକ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବ୍ଲକ ସଭାପତି ଟୁନାଦାସ ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କୁ ଧନ୍ୟବାଦ ଦେଇଥିଲେ ।

ସେହିପରି ବାଲିଗୁଡା ବ୍ଳକ ଅଧ୍ୟକ୍ଷା ମିଶାବତୀ ମଲ୍ଲିକ ଓ ଉପାଧ୍ୟକ୍ଷା ନିକଜିନି ଦିଗାଲ ମଧ୍ୟ ଦାଇତ୍ବ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ମଧ୍ୟ ବାଲିଗୁଡା ବ୍ଳକର ସମସ୍ତ ପଞ୍ଚାୟତକୁ ସୁନ୍ଦର ଭାବେ ଗଢି ତୋଳିବାକୁ ପ୍ରତିଜ୍ଞା କରିଛନ୍ତି । ସେଥିପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି,ବ୍ଳକର କର୍ମଚାରୀ ଓ ବିଡିଓଙ୍କ ସହଯୋଗ କାମନା କରିଛନ୍ତୀ।