ନୂଆ ଦଳ ଘୋଷଣା କଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତ୍ତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ନିଜର ନୂଆ ଦଳ ଘୋଷଣା କରିଛନ୍ତି । ସେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ପ୍ରକାଶ ପାଇବ । ତେବେ ଅମରିନ୍ଦର ସିଂ ୨୦୨୨ ପଞ୍ଜାବ ନିର୍ବାଚନରେ ସେ ବିଜେପି କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବେ କି ନାହିଁ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି । ଏହି ଅବସରରେ ଅମରିନ୍ଦର ସିଂ ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଲୋକମାନେ ମୋର ସମର୍ଥକଙ୍କୁ ଧମକ ଦେଉଛନ୍ତି । ଯେଉଁଠାରୁ ସିଦ୍ଧୁ ଠିଆ ହେବେ ଆମେ ଏହି ସେଠି ନିର୍ବାଚନ ଲଢିବୁ ।ସିଦ୍ଧୁ ରାଜ୍ୟ ସଭାପତି ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫% ହ୍ରାସ ପାଇଛି ବୋଲି ଅମରିନ୍ଦର ଦାବି କରିଛନ୍ତି । ସେ ସିଏମ୍ ଥିବାବେଳେ ଅମରିନ୍ଦରଙ୍କ ଉପରେ ଉଠାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।