କାଲି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏହି ମୌସୁମୀ ଅଧିବେଶନ ୨୩ ଦିନିଆ ହୋଇଥିବାବେଳେ ୨୭ଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ ସଂଶୋଧନ ବିଲ୍, ଜୈବ ବିବିଧତା ସଂଶୋଧନ ବିଲ୍, ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା ବିଲ୍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍, ଜାତୀୟ ତଦନ୍ତ କମିଶନ ବିଲ୍, ଜାତୀୟ ନର୍ସିଙ୍ଗ୍ ଓ ସେବିକା କମିଶନ ବିଲ୍ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍ ୨୦୨୨ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବ। ଏହି ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ମୌସୁମୀ ଅଧିବେଶନର ଅବ୍ୟବହିତ ପୂର୍ବରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଡକାଯାଇଛି । ଆଜି ମଧ୍ୟ ଲୋକସଭାର କାର୍ଯ୍ୟକ୍ରମର ଉପଦେଷ୍ଟା କମିଟିର ଏକ ବୈଠକ ବସିବ ବୋଲି କୁହାଯାଉଛି ।