ନିଟ ପିଜି ପରୀକ୍ଷା ଉପରେ ନଜର ରଖିବ ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିଟ ପିଜି ପରୀକ୍ଷାକୁ ନେଇ ଆସିଛି ଏକ ବଡ ଅପଡେଟ । ପରୀକ୍ଷାର ଠିକ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୂତ ହେବ । ଗୃହ ମନ୍ତ୍ରଣାଳୟ ପରୀକ୍ଷା ଉପରେ ନଜର ରଖିଛି । ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ ଏହି ବୈଠକ ବସିଛି । ଏଥିରେ ଯୋଗ ଦେଇଥିବା ଜାତୀୟ ପରୀକ୍ଷା ବୋର୍ଡ ର ଉପାଧ୍ୟକ୍ଷ ପ୍ରଫେସର ମିନୁ ବାଜପେୟୀ କହିଛନ୍ତି ଯେ ନିଟ ପିଜି ପରୀକ୍ଷାର ଠିକ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ।
ସେ କହିଛନ୍ତି ଯେ, ମୁଁ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସନା ଦେବାକୁ ଚାହୁଁଛି ଯେ ପରୀକ୍ଷାରେ ଲିକ ହେବାର କୌଣସି ବି ସୁଯୋଗ ରହିବ ନାହିଁ । କେଉଁଠି କୌଣସି ପ୍ରକାର ଲୁପ ହୋଲ୍ସ କିମ୍ବା ତ୍ରୁଟି ପାଇଁ ସୁଯୋଗ ଅଛି କି ନାହିଁ , ତାହା ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ଯାଞ୍ଚ କରୁଛନ୍ତି । ବୈଟକରେ ସାଇବର ସେଲର ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ ।
କହି ରଖୁଛୁ , ନିଟି ପିଜି ପରୀକ୍ଷା ୨୦୨୪ ଜୁନ ୨୫ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ବିବାଦ ହେତୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଟ ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ସହିତ ନୂତନ ତାରିଖ ଜଲଦି ଜାରି କରିବା କଥା କହିଥିଲା ।