ଦିଲ୍ଲୀ: କହ୍ନେୟାଲାଲଙ୍କ ହତ୍ୟାକାରିଙ୍କୁ ଦେଶରେ ସାମ୍ପ୍ରଦାୟିକ ଦଙ୍ଗାକୁ ଉସାକାଇବାକୁ ଏପରି ଆଇଡିଆ ଦେଇଥିଲା ପାକିସ୍ତାନୀ ହ୍ୟାଣ୍ଡଲର । ଯାହାକୁ ନେଇ ବଡ ଖୁଲସା କରିଛନ୍ତି ମନ୍ତ୍ରୀ । ପାକିସ୍ତାନ ସହ ସିଧା ସଳଖ ଲିଙ୍କ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଉଦୟପୁର ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିବା ପରେ ଅଜମେର ପଳାଉଥିଲେ ଦୁଇ ଅଭିଯୁକ୍ତ । ସେଠାରେ ସେମାନେ ଆଉ ଏକ ଭିଡିଓ ବନାଇ ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତେ । ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ପରେ ସାମନାକୁ ଆସିଛି ପାକିସ୍ତାନ ସହ ଅଭିଯୁକ୍ତଙ୍କ କନେକ୍ସନ୍ । ରାଜ୍ୟ ଗୃହରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡ ଧର୍ମର ଲଢେଇ ନୁହେଁ ବରଂ ଆତଙ୍କବାଦୀ ଆକ୍ରମଣ ସେ କହିଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୌସ୍ ମହମ୍ମଦ ୨୦୧୪-୧୫ରେ ପାକିସ୍ତାନ କରାଚିରେ ୪୫ ଦିନର ଟ୍ରେନିଙ୍ଗ ନେଇଛି ।
କେବଳ ଏତିକି ନୁହେଁ ୨୦୧୮-୧୯ରେ ଗୌସ୍ ମହମ୍ମଦ ଆରବ ଦେଶକୁ ଯାଇଥିଲା । ଗତ ବର୍ଷ ସେ ନେପାଳରେ ଥିବାର ଲୋକେସନ୍ ସାମ୍ନାକୁ ଆସିଥିଲା । କହିବାକୁ ଗଲେ ମହମ୍ମଦର ସମ୍ପର୍କ ସିଧାସଳଖ ପାକିସ୍ତାନ ସହ ଥିବା ସ୍ପଷ୍ଟ ହେଉଛି । କହ୍ନେୟାଲାଙ୍କ ହତ୍ୟାକୁ ଆତଙ୍କୀ ଆକ୍ରମଣ ବୋଲି ଅଭିହିତ କରି ୟୁଏପିଏ ଆଧାରରେ ମାମଲା ଦାଏର କରାଯାଇଛି ।ଏହା ମଧ୍ୟରେ ଆଉ ଏକ ଖୁଲାସା ମଧ୍ୟ ହୋଇଛି । ବିଜେପ ନେତ୍ରୀ ନୁପୂର ଶର୍ମା ମାମଲାରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗୌସ ମହମ୍ମଦ । ତେବେ କହ୍ନେୟାଲାଲଙ୍କୁ ହତ୍ୟା କରିବା ପରେ ଦୁଇ ଅଭିଯୁକ୍ତ ଅଜମେର ପଳାଉଥିଲେ । ସେଠାରେ ସେମାନେ ଆଉ ଭିଡିଓ ଅପଲୋଡ କରିଥାନ୍ତେ ଯାହା ଦେଶରେ ହିଂସାକୁ ଉସାକଇଥାନ୍ତା ।