କଟକ:ଓଡ଼ିଶା ମଧ୍ୟମିକଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରାୀକ୍ଷା ଫଳ ପ୍ରକାଶ ପାଇଛି ।ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ କଟକସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।ଚଳିତ ବର୍ଷ ମାଟ୍ରିକରେ ୯୬.୪ ପ୍ରତିଶତ ରେଜଲ୍ଟ ହୋଇଛି। କଟକ ଓ ଜଗତସିଂହପୁର ଜିଲ୍ଲା ପାସ ପ୍ରତିଶତରେ ଆଗରେ ରହିଛନ୍ତି।ପାସ୍ ହାର ୯୭.୯୯ ପ୍ରତିଶତ ରହିଛି।ମାଲକାନଗିରି ଜିଲ୍ଲାର ଫଳାଫଳ ସର୍ବନିମ୍ନ ରହିଛି। ଏଠାରେ ପାସ୍ ପ୍ରତିଶତ ୯୨.୬୮ ପ୍ରତିଶତ ରହିଛି।ଅନ୍ୟପଟେ ଏଥର ମଧ୍ୟ ରେଜଲ୍ଟରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ଛାତ୍ରୀଙ୍କ ପାସ୍ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି। ତେବେ ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ ରହିଥିବା ବେଳେ ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି।
ମାଟ୍ରିକ ରେଗୁଲାର, ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳକୁ ମିଶାଇ ଚଳିତ ଥର ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।ରେଗୁଲାର ପାସ ହାର ୯୬.୦୪, ମଧ୍ୟମା ପାସ୍ ହାର ୮୫.୯୪ ପ୍ରତିଶତ ଏବଂ ଷ୍ଟେଟ ଓପନ ସ୍କୁଲ ପାସ୍ ହାର ୭୫.୦୭ ପ୍ରତିଶତ ରହିଛି।
ଚିଳିବ ବର୍ଷ A1-୪ ହଜାର ୧୫୮, A2- ୨୯ ହଜାର ୮୩୮ -B1-୭୭ ହଜାର ୭୬୨, B2- ୧ ଲକ୍ଷ ୧୯ ହଜାର ୧୨୦ -C-୧ ଲକ୍ଷ ୨୨ ହଜାର ୨୭୧,D- ୯୫ ହଜାର ୯୩୪ -E-୬୨ ହଜାର ୭୯୧, ଫେଲ୍ ହୋଇଛନ୍ତି ୮ ହଜାର ୫୮୫ ପିଲା । ୩୨୨୨ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି।