ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ

ଭୁବନେଶ୍ୱର:ପୁଣି ସରଗରମ ବିଧାନସଭା ରାଜନୀତି । ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ପୁଣି ଶାସକ ଦଳକୁ ଘେରିଲେ ବିରୋଧୀ ।ଉତ୍କଳ ଆଲୁମିନା ପାଣିକୁ ବିଶୋଧନ ନକରି ଦୂଷିତ ପାଣି ଛାଡୁଥିବାରୁ ଝାନ୍ତାବାନ୍ତି ବ୍ୟାପୁଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଏନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ୍ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ।ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି । ପାଣିକୁ ବିଶୋଧନ କରି ଛଡାଯାଉନି ,ଜାଣିଶୁଣି ଉକ୍ରଳ ଆଲୁମିନା ଦୂଷିତ ପାଣି ଛାଡୁଛି । ଯେଉଁ ଏଗ୍ରିମେଣ୍ଟ କରିଥିଲା ତାହା ପାଳନ କରୁନାହିଁ । ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ କରିବାକୁ ଦାବି କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି। ସେପଟେ ଏହି ଦାବି ପରେ କାଶୀପୁରରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁରରେ ନଜର ରଖାଯାଇଛି ବୋଲି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।