ଭୁବନେଶ୍ୱର-: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ଲିଙ୍କ୍ରେ ପୁରୀରେ ଖୋଳତାଡ଼ । ଜ୍ୟୋତିଙ୍କ ଲିଙ୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କୁ ଜେରା କରୁଛି ଗୁଇନ୍ଦା ବିଭାଗ । ପୁରୀ ପୋଲିସ ସହାୟତାରେ ତାଙ୍କୁ ପଚରା ଉଚରା କରାଯାଉଛି । ଜ୍ୟୋତିଙ୍କ ସମ୍ପର୍କରେ ଥିଲେ ପ୍ରିୟଙ୍କା ସେନାପତି । ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲିଥିଲେ । ଏପରିକି ପାକିସ୍ତାନ ମଧ୍ୟ ଯାଇଛନ୍ତି ପ୍ରିୟଙ୍କା । କର୍ତ୍ତାରପୁର ଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରିୟଙ୍କାଙ୍କ ବାପା । ଖାଲି ଏତିକି ନୁହେଁ ୪ ମାସ ତଳେ ପହଲଗାମ ମଧ୍ୟ ଯାଇଥିବା ଜଣାପଡ଼ିଛି । ତେବେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି । ଜ୍ୟୋତି ଗିରଫ ହେବା ପରେ ଏବେ ପ୍ରିୟଙ୍କାଙ୍କୁ ପଚରାଉଚରା ଜାରି ରହିଛି । ଆକ୍ରମଣ ପୂର୍ବରୁ ପେହେଲଗାଁ ଯାଇଥିବା ପ୍ରିୟଙ୍କା ଜଣାପଡିବା ପରେ ସେ ଜ୍ୟୋତି ଙ୍କୁ କିଛି ତଥ୍ୟ ଦେଇଥିଲେ କିନାହିଁ ସେଥିନେଇ ଗୁଇନ୍ଦା ର ସନ୍ଦେହ ବଢିଛି, ଆଉ ସେ ପାକିସ୍ତାନ ଯିବା ପଛର କାରଣ ବି ଖୋଜା ହେଉଛି, କିପରି ପାକିସ୍ତାନ ଗଲେ ଓ କିଏ ସାହାଯ୍ୟ କରିଥିଲେ ଓ କାହାସହ ସେଠାରେ ମିଶିଥିଲେ ଏସବୁର ଏବେ ଖୋଳତାଡ଼ ଆରମ୍ଭ ହୋଇଛି । ପ୍ରିୟଙ୍କା ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ କଣ ପାଇଁ ପାକିସ୍ତାନର କର୍ତ୍ତାରପୁର ଯାଇଥିଲେ ସେ ନେଇ ଛାନଭିନ ହୋଇଛି । ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଥିବା କୁହାଯାଉଛି ।
ସବୁଠୁ ବଡ଼କଥା ପ୍ରିୟଙ୍କା ଏପର୍ଯ୍ୟନ୍ତ ଲୋକଲୋଚନ କୁ ଆସି କିଛି ବି ସ୍ପଷ୍ଟ କରୁନାହାନ୍ତି, ଗଣମାଧ୍ୟମ ଠାରୁ ନିଜକୁ ଦୁରେଇ ରଖୁଛନ୍ତି । ସେ ପାକିସ୍ତାନ ଯାଇଥିବା ଭିଡିଓ ତାଙ୍କ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଉଭୟ prii vlogs ନାମକ ୟୁଟ୍ୟୁବ ଆକାଉଣ୍ଟ ଓ priyanka senapati ନାମକ ଇନଷ୍ଟା ଆକାଉଣ୍ଟରୁ ପାକିସ୍ତାନରେ କରିଥିବା ଭିଡିଓକୁ ସେ ଡ଼ିଲିଟ୍ କରିଛନ୍ତି । ତେବେ ଦେଶ ଆଗ ଏବଂ ତଦନ୍ତରେ ସହଯୋଗ କରିବାକୁ ପୋଷ୍ଟ କରିଥିବା ପ୍ରିୟଙ୍କା ପାକିସ୍ତାନ ଯାଇଥିବା ଭିଡିଓ କାହିଁକି କାଟିଲେ ତାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ? ୟୁଟୁବର ହୋଇବି ନିଜର କଥା ମଧ୍ୟ ପୋଷ୍ଟ କରୁନାହାନ୍ତି,ହୁଏତ ସେ ଏବେ ମାନସିକ ଚାପରେ ଥିବେ କି ପୋଲିସ ତାଙ୍କୁ ଏବେ କିଛି ନକହିବାକୁ ପରାମର୍ଶ ଦେଇଥିବ, ସେ ମୁହଁ ଖୋଲିଲେ ଯାଇ ସବୁକଥା ସ୍ପଷ୍ଟ ହେବ ।