ମୁମ୍ବାଇ: ସ୍ୱାମୀ ପାଲଟିଲା ସଇତାନ । ଚଳନ୍ତା ଟ୍ରେନ ଆଗକୁ ସ୍ତ୍ରୀକୁ ଠେଲିଦେଲା ସଇତାନ ସ୍ୱାମୀ । ସାତଜନ୍ମର ସାଥୀକୁ କ୍ଷଣିକ ମଧ୍ୟରେ କରିଦେଲା ପର । ପ୍ରଚଣ୍ଡ ରାଗରେ ଜର୍ଜରିତ ହୋଇ ପିସାଚ ପାଲଟିଯାଇଥିଲା ସ୍ୱାମୀ । ଯାହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାଟି ମୁମ୍ବାଇର ଭିସାଇ ରେଲୱେ ଷ୍ଟେସନର ବୋଲି ଜଣା ପଡିଛି । ଏହି ଘଟଣା ସୋମବାର ଭୋର ୪ଟା ସମୟରେ ଘଟିଛି ଏହି ଘଟଣା ।
ଭିଡିଓ ଦେଖିଲେ ଯାହା ଜଣା ପଡୁଛି ଯେ ଜଣେ ବ୍ୟକ୍ତି ଏବଂ ଜଣେ ମହିଳା ରେଲୱେ ଟ୍ରାକ ପାଖରେ କଥା ହେଉଛନ୍ତି । ଆଉ ଏହି ସମୟରେ ଦ୍ରୁତ ଗତିରେ ମାଡି ଆସିଥିଲା ଟ୍ରେନ । ଠିକ ସେତିକି ବେଳେ ମହିଳା ଜଣଙ୍କ କିଛି ଭାବିବା ପୂର୍ବରୁ ହିଁ ବ୍ୟକ୍ତି ଜଣଙ୍କୁ ଅତି ଦ୍ରୁତ ଗତିରେ ଟ୍ରେନ ଆଗକୁ ଠେଲି ଦେଇଥିଲେ । ପରେ ପାଖରେ ଥିବା ଦୁଇଜଣ ଶିଶୁଙ୍କୁ ସାଙ୍ଗରେ ନେଇ ଦୌଡି ପଳାଇଯାଇଛନ୍ତି । ଆଉ ଏହି ଭିଡିଓ ଭାଇରାଲ ପରେ ଲୋକେ ଦେଖି ଅବାକ ହୋଇ ଯାଇଥିଲେ । ପରେ ଏହି ଘଟଣା ପୋଲିସ ଜାଣିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଉ ସେହି ଦୁଇଜଣ ଦମ୍ପତି ବୋଲି ଜଣା ପଡିଥିଲା । ଆଉ ପରେ ସେହି ସଇତାନ ସ୍ୱାମୀକୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଜଣା ପଡିଛି ।