ଭୁବନେଶ୍ୱର: କଟୁରୀ ଧରି ବିଚ ରାସ୍ତାରେ ସ୍ତ୍ରୀକୁ ଗୋଡାଇଲା ସ୍ୱାମୀ । କାଠ ଫାଳିଆରେ ପିଟିବା ସହ ସ୍ତ୍ରୀକୁ ଆକ୍ରମଣ କଲା ସ୍ୱାମୀ। ରାସ୍ତା ଉପରେ କାଠ ଫାଳିଆରେ ଆତର୍କିତ ପ୍ରହାର କଲା ଏବଂ ପରେ କଟୁରୀ ଧରି ଗୋଡେଇଲା। ସ୍ଵାମୀ ସ୍ତ୍ରୀ ଝଗଡ଼ା ନେଲା ଉଗ୍ର ରୂପ। ସ୍ଥାନୀୟ ମୈତ୍ରୀ ବିହାର ଥାନା ଅନ୍ତର୍ଗତ ବିଡ଼ିଏ କଲୋନୀରେ ସ୍ତ୍ରୀକୁ ବିଚ୍ ରାସ୍ତାରେ କାଠ ଫାଳିଆ ଦ୍ୱାରା ଆକ୍ରମଣ କରିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କାଠ ଫାଳିଆ ଛଡ଼ାଇବାରୁ ସର୍ବ ସମ୍ମୁଖରେ ସ୍ତ୍ରୀକୁ କଟୁରୀ ଧରି ଗୋଡ଼ାଇବା ପରେ ସ୍ଥାନୀୟ ଲୋକେ ସ୍ୱାମୀକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପିସିଆର୍ ଓ ମୈତ୍ରୀ ବିହାର ଥାନା ପୁଲିସ୍ ପହଞ୍ଚି ମହିଳାଙ୍କୁ ମେଡିକାଲ୍ ପଠାଇବା ସହ ସ୍ୱାମୀକୁ ଥାନାକୁ ନେଇଥିଲେ । ଏଭଳି ଆତର୍କିତ ଭାବେ ଆକ୍ରମଣ କରିବାର କାରଣ ଜଣାପଡିନଥିବା ବେଳେ ପୁଲିସ ଅଟକ ରଖି ପଚରାଉଚରା କରୁଛି।