ବନ୍ଧା ପଡିଥିବା ପୁଅର ଶରୀର ମୁକୁଳାଇଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ

କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ମହାନତା । ଏକ ଘରୋଇ ମେଡିକାଲରେ ବନ୍ଧା ପଡିଥିବା ପୁଅର ଶରୀର ମୁକୁଳାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ସୂଚନା ମୁତାବିକ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଅଞ୍ଚଳର ଓଡଙ୍ଗ ପଞ୍ଚାୟତ ର ଏରଝାଟିଆ ର ରାମଚଚନ୍ଦ୍ର ଜେନାଙ୍କ ପୁଅ ଶ୍ରୀକାନ୍ତ ଜେନା ଅସୁସ୍ଥ ହୋଇ ଉତ୍କଳ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ ।

ହେଲେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିନଥିଲା ହସ୍ପିଟାଲ । ଅର୍ଥ ଅଭାବ ପାଇଁ ବନ୍ଧା ପଡିଥିଲା ଶ୍ରୀକାନ୍ତଙ୍କ ଶବ । ଏନେଇ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ନବଜ୍ୟୋତି ପରିଡା ଜାଣିବା ପରେ ସେ ହସ୍ପିଟାଲର କର୍ମକର୍ତ୍ତା ମାନଙ୍କ ସହ କଥା ହୋଇ ୧୦୫୦୦୦ ଟଙ୍କା ଡିପୋଜିଟ କରିଥିଲେ । ଫଳରେ ହସ୍ପିଟାଲ  ପରିବାରକୁ ଶବ ହସ୍ତାନ୍ତର କରିଥିଲେ । ତେବେ ବରିଷ୍ଠ କଂଗ୍ରେସ ନେତାଙ୍କ ଏଭଳି ସାହାର୍ଯ୍ୟରେ ଶ୍ରୀକାନ୍ତଙ୍କପରିବାର ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।