ଭୋଟ ଦେଉଛି ମହାରାଷ୍ଟ୍ର । ବାଛୁଛନ୍ତି ନିଜର ପ୍ରତିନିଧି ।ଏହାରି ଭିତରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇର ଏକ ମତଦାନ କେନ୍ଦ୍ରକୁ ଯାଇ ନିଜର ମତସାବ୍ୟସ୍ତ କରିଛନ୍ତି । ପତ୍ନୀ ଅଞ୍ଜଳି ଓ ଝିଅ ସାରାଙ୍କ ସହ ତେନ୍ଦୁଲକର ମତଦାନ କେନ୍ଦ୍ରରେ ଜଲଦି ପହଞ୍ଚି ଯାଇଥିଲେ । ଏହା ସହିତ ସେ ସାଥୀ ନାଗରିକମାନଙ୍କୁ ଗଣତାନ୍ତ୍ରିକ କର୍ତ୍ତବ୍ୟ ପାଳନ କରିବାକୁ ମଧ୍ୟ ଅପିଲ୍ କରିଛନ୍ତି । ପରିବାର ସହିତ ଭୋଟ୍ ଦେଇଛନ୍ତି ସଚିନ । ଭାରତର ଏହି ପୂର୍ବତନ ଅଧିନାୟକଙ୍କୁ ନିର୍ବାଚନ ଆୟୋଗ (ଇସିଆଇ) ଜାତୀୟ ଆଇକନ ରୂପେ ନିଯୁକ୍ତ କରିଥିଲେ । ଏବେ ସେ ଭୋଟର ଅଂଶଗ୍ରହଣ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି ।
ଭୋଟ୍ ଦେବା ପରେ ସଚିନ ତେନ୍ଦୁଲକର କହିଛନ୍ତି, ‘ମୁଁ ଅନେକ ଦିନରୁ ନିର୍ବାଚନ ଆୟୋଗଙ୍କ ଆଇକନ ରହିଛି । ସମସ୍ତଙ୍କୁ ମୁଁ ମେସେଜ୍ ଦେଉଛି କି ସମସ୍ତେ ଭୋଟ୍ ଦିଅନ୍ତୁ । ଏହା ଆମର କର୍ତ୍ତବ୍ୟ । ମୁଁ ସମସ୍ତଙ୍କୁ ବାହାରକୁ ଆସି ମତଦାନ କରିବାକୁ ଅପିଲ୍ କରୁଛି’ ।