ଆସୁଛି ବାତ୍ୟା । ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଆରବ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଅବପାତ।ବଙ୍ଗୋପସାଗର ରେ ଥିବା ଲଘଚପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୫ ରେ ଅବପାତର ରୂପ ନେବ ଲଭୁଚାପ । ୨୬ ତାରିଖ ବେଳକୁ ଗଭୀର ଅବପାତର ରୂପ ନେଇ ୨୭ ରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ।
ଏହି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପରେ ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏତିସହିତ ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଆଇଏମଡିର ଆକଳନ ପରେ ସରକାର ପ୍ରସ୍ତୁତ ଅଛନ୍ତି। ବାତ୍ୟା ହେଉ କି ନ ହେଉ ସରକାର ପ୍ରସ୍ତୁତ। ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ। ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ବି ପ୍ରସ୍ତୁତ ସରକାର। ଶୁଖିଲା ଖାଦ୍ୟ ମହଜୁଦ ଅଛି। ଶକ୍ତି ବିଭାଗକୁ ବି ଆଲର୍ଟ କରାଯାଇଛି। ଜଡି ସେଭଳି ସ୍ଥିତି ଉପୁଜେ କିପରି ପୁନଃ ସ୍ଥାପନ କରାଯାଇ ପାରିବ। ଲଘୁଚାପ ଜନିତ ବର୍ଷା ସହିତ ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି ।