ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଣ୍ଡର କୋଅର୍ଡିନେଟର। ବଲାଙ୍ଗୀର ଊଚଉ କାର୍ୟ୍ୟାଳୟର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ମାଗିଥିବା ବେଳେ ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବିନିଯୋଗ ପ୍ରମାଣପତ୍ର ଓ ଏନଓସି ପାଇଁ ଲାଞ୍ଚ ନେଉଥିଲେ। ହଷ୍ଟେଲର କିଛି ବିଲ ପାସ କରାଇବା ପାଇଁ ପୁଷ୍ପାଙ୍ଗିନୀ ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରିଛି। ଏଥିସହ ୩ଟି ସ୍ଥାନରେ ଚଢାଉ ଚାଲିଛି ।