ବିଜେଡ଼ିର ଚବିଶ ବର୍ଷ ପରେ ମଧ୍ୟ ଯାହା ହୋଇପାରିଲା ନାହିଁ । ନୂଆଁ ସରକାର୍ ଆସିଲା ପରେ କାର୍ଯ୍ୟ କରି ଦେଖାଇ ଦେଲେ। ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ୨୯, କୋଟି ୧୮ ଲକ୍ଷ, ୭ହଜାର ୪୨ଟଙ୍କା ଅଟକଳ ମୂଲ୍ୟରେ ବୌଦ୍ଧ ବ୍ଲକ ଦହ୍ୟା, ତାଳପଦର୍ ଠାରୁ ଶଗଡା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡ଼ାଙ୍ଗ ଯୋଗ ଦେଇ ନଡ଼ିଆ ଭାଙ୍ଗି ଉକ୍ତ ରାସ୍ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାପରେ ଏକ ଏକ ସଭା ଅନୁଷ୍ଟିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଲ୍ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ରାସ୍ତା ନିର୍ମାଣ ହେଲେ ବୌଦ୍ଧ ଜିଲ୍ଲା ସହ କଂଧମାଳ ଜିଳ୍ଲାର ଜନସାଧାରଣର ଲୋକେ ଶିକ୍ଷା ସ୍ବାସ୍ଥ୍ୟ ଉପରେ ଲାଭ ବାନ ହେବେ।