(ବ୍ୟୁରୋ) : ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା ଏବେ ଉବର ଡ୍ରାଇଭର । ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା କାବୁଲ ପତନର କିଛି ଦିନ ପୁର୍ବରୁ ସେ ଆଫଗାନିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀ ପଦରୁୂ ଇସ୍ତଫା ଦେଇଥିଲେ । ଏବେ ସେ ଉବର ଚଳାଇ ଜିବିକା ନିର୍ବାହ କରୁଛନ୍ତି । ଏହା ସହ ଜର୍ଜଟାଉନ୍ ୟୁନିଭରସିଟିରେ ସହକାରୀ ପ୍ରଫେସର ଭାବେ କାମ ମଧ୍ୟ କରି ସେମିଷ୍ଟାର ପିଛା ୨ ହଜାର ଡଲାର ନେଉଛନ୍ତି ।
ଏହା ପଛର କାରଣ ଥିଲା ଯେ, ଏକ ସାକ୍ଷାତକାରରେ ନିଜ ମନ୍ତ୍ରୀତ୍ୱର ଶେଷ କିଛି ଦିନର କଥା ମନପକାଇଥିଲେ । କହିଥିଲେ ଏକ କମ୍ପାନୀ ଅର୍ଥ ପୈଠ କରିବାରେ ବିଫଳ ହେବାରୁ ଅସରଫ ଘନି ତାଙ୍କୁ ଏକ ପବ୍ଲିକ ମିଟିଙ୍ଗରେ ଭର୍ତ୍ସନା କରିଥିଲେ । ମିଥ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ ଭୟ ସୃଷ୍ଟି ହୋଇଥିଲା । ତେଣୁ ସେ ତୁରନ୍ତ ଦେଶ ଛାଡି ଆମେରିକା ପଳାଇଯାଇଥିଲେ । ସେ ଯିବାର ସପ୍ତାହକୁ ପୂର୍ବରୁ ପତ୍ନୀ ଓ ପିଲାଙ୍କୁ ଆମେରିକା ପଠାଇ ଦେଇଥିବା କହିଛନ୍ତି ଖାଲିଦ ପୟୋନ୍ଦା । ଯାହା ଫଳରେ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସେ ହୋଇଯାଇଥିଲେ ଉବର ଡ୍ରାଇଭର ।