ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁରୁଜଙ୍ଗା ପଞ୍ଚାୟତର ୪ ନମ୍ବର ଓ୍ୟାର୍ଡର ପ୍ରଫୁଲ୍ଲ ଘଡେ଼ଇ, ହୃଷିକେଶ ଘଡେ଼ଇ ଓ ଗୈାରାଙ୍ଗ ଘଡେ଼ଇଙ୍କ ଘରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ସମେତ ଘରେ ଥିବା ସମସ୍ତ ଜିନିଷ ପତ୍ର ଭସ୍ମୀଭୂତ ହୋଇଯାଇଛି। ରୋଷେଇ କରୁଥିବା ବେଳେ ଚୂଲିରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ସ୍ଥାନୀୟ ସରପଞ୍ଚ ଅଗ୍ନି ବିପନ୍ନ ପରିବାରଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି। ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
