ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ଅଣ୍ଡେଇଗୋଡ଼ା ପଞ୍ଚାୟତ ଆର୍ତ୍ତିଆ କୁସୁନପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ପୁଅର ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ ଘଟିଛି । ସୂଚନା ଥାଉକି ପିତାମ୍ବର ସ୍ୱାଇଁ ୩୬ ପୁରୀ ଜିଲ୍ଲାର ବ୍ରହ୍ମଗିରି ରେ ତିନିମାସ ତଳେ ବିବାହ କରିଥିଲେ । ସେଠାରେ ପିତାମ୍ବର ସ୍ତ୍ରୀ ପ୍ଲସ ଥ୍ରୀ ପରୀକ୍ଷା ଦେଉଥିଲେ ଓ ତା ଶଶୁର ଘର ଛାତ ପଡୁଥିବାରୁ ସେ ବ୍ରହ୍ମଗିରି ଯାଇଥିଲା । ସେଠାରୁ ସେ କାମସାରି ପର ଦିନ ବାଇକରେ ଫେରୁଥିବା ସମୟରେ ରେବଣା ହାଇସ୍କୁଲ ଛକ ବ୍ରହ୍ମଗିରି (ପୁରୀ ଜିଲ୍ଲା)ଠାରେ ଏକ ଟ୍ରାକ୍ଟର ଦୃଘଟଣାରେ ତାର ସେଇଠାରେ ମୃତ୍ୟୁ ମୃତ୍ୟୁ ହୋଇଥିଲା । ବ୍ରହ୍ମଗିରି ପୁଲିସ ଶବ ଜବତ କରି ପୁରୀ ମେଡିକାଲ ରେ ସବବେବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ତାଙ୍କ ଘର ଲୋକ ସେଠାରୁ ଶବ ଆଣି ଗାଁ ଶ୍ମାଶନରେ ଦାହ କରିଥିଲେ । ପିତାମ୍ବର ସ୍ତ୍ରୀ ଶବ ସାଙ୍ଗରେ ଆର୍ତ୍ତିଆ ଆସିବା ପରେ ତାକୁ ତାଙ୍କ ଶଶୁର ଓ ଶାଶୁ ଘରେ ପୁରାଇ ଦେଇ ନଥିଲେ କି ଖାଇବାକୁ ଯାଚିନଥିଲେ କହିଥିଲେ ତୁ ମୋ ପୁଅକୁ ମାରିଦେଇଛୁ । ଦୁଇ ଦିନ ଘରେ ବହୁତ ପାଟି ତୁଣ୍ଡ ହେଇଥିଲା । ଗତ କାଲି ରାତିରେ ପୁଅର ମା ରସି ଲଗାଇ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲା ତାକୁ ଦେଖିବା ପରେ ଘର ଲୋକେ ରାତିରେ ଯଗିକି ରହିଥିଲେ । ଆଜି ସକାଳୁ ପିତାମ୍ବର ର ବାପା ପ୍ରଫୁଲ କୁମାର ସ୍ୱାଇଁ ୬୮ ଏକ ବଗିଚାରେ କାଜୁ ଗଛ ରେ ନିଜ ବେକରେ ପକାଇ ଥିବା ଗାମୁଛାରେ ଝୁଲି ପଡ଼ିଥିଲେ । ଗାଁ ଲୋକ ବିଲକୁ ଯିବା ସମୟରେ ତାକୁ ଦେଖି ଶବକୁ ଘରକୁ ଆଣି ଗ୍ରାମ ଶ୍ମାଶନରେ ଶବଦାହ କରିଥିଲେ ତାଙ୍କ ବଡ଼ ପୁଅ ଦିନେଶ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ ଗ୍ରାମରେ ବାପ ପୁଅଙ୍କ ମୃତ୍ୟରେ ଶୋକର ଛାୟା ଖେଳି ଯାଇଛି ।