ସତ କହିବ ମିଛୁଆ ଡାକ୍ତର

ଭୁବନେଶ୍ୱର: ଶେଷରେ ସମସ୍ତ ମିଛ ଧରା ପଡ଼ିଛି ୪୨୦ ଡାକ୍ତରର କଥା । ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ୍ । ଦୀର୍ଘଦିନ ଧରି ଅନେକ ମହିଳାଙ୍କୁ ଠକେଇ ବାହା ହେବାସହ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହେବାପରେ ବାନ୍ଧିଥିଲା ପୋଲିସ । ଆଉ ଆଜିଠୁ ୫ଦିନିଆ ରିମାଣ୍ଡରେ ଯିବ ମିଛୁଆ ଡାକ୍ତର ରମେଶ ସ୍ୱାଇଁ । ସେଠାରେ ଅଧିକ ଖୋଳତାଡ଼ କରିବ ସ୍ୱତନ୍ତ୍ର ଟିମ । ତେବେ ଅଧିକ ଖୋଳତାଡ଼ କରିବାକୁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ଏପରିକି ସ୍ୱତନ୍ତ୍ର ଟିମ୍ରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ । କତେ ଜଣ ମହିଳାଙ୍କୁ ବିବାହ କରି ଠକି ଦେଇଛି ? ୩୦ ବର୍ଷ ଧରି ଅଭିଯୁକ୍ତ ରହୁଥିଲେ କେଉଁଠି ? କାହା କାହା ସମ୍ପର୍କରେ ଆସିଥିଲା ଅଭିଯୁକ୍ତ ରମେଶ ? ଅଧିକ ଖୋଳତାଡ଼ ପାଇଁ ରାଜ୍ୟ ବାହାରକୁ ଯିବ ସ୍ୱତନ୍ତ୍ର ଟିମ । ମିଳିଥିବା ସୂଚନାନୁଯାୟୀ ରମେଶ ସ୍ୱାଇଁ ଚାକିରୀ କରାଇଦେବାକୁ କହି ଦୁଇଜଣଙ୍କୁ ୨୫ଲକ୍ଷ ଟଙ୍କା ନେଇଛି। ନିଜକୁ ସ୍ୱାସ୍ଥ୍ୟମନ୍ତ୍ରଣଳୟର ଉପ ମହାନିର୍ଦ୍ଦୋକ କହି ପରିଚୟ ଦେଇଥିଲେ । ଏପରିକି ଭିଜିଟିଂ କାର୍ଡ ଓ ପରିଚୟପତ୍ର ଦେଖାଇଥିଲା । ଏହାସହ ଏମ୍ବିବିଏସ୍ ଆଡମିସନ୍ ନାଁରେ ୧୮ଲକ୍ଷ ଠକେଇ ହୋଇଛି। ଅନ୍ୟପଟେ ବିବାହ ପାଇଁ ମହିଳାଙକୁଫସାଇଥିବା ସଂଖ୍ୟା ବଢି ବଢି ଚାଲିଛି । ଆହୁରି ୧୦ରୁ ଅଧିକ ମହିଳା ବିବାହ ପାଇଁ ଲାଇନରେ ଥିବା ପୋଲିସ ଜାଣିବାକୁ ପାଇଛି। ରମେଶ ବିବାହ ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେ ପହଂଚିଛି ।