ନୂଆଦିଲ୍ଲୀ: ବଢିଲା ଦୁଇ ହଜାର ଟଙ୍କିଆ ନୋଟ ବଦଳ ଅବଧି । ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବଢିଲା ଏହି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳା ଯାଇପାରିବ । ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ସୁରୁଥିଲା । ଅବଧି ବୃଦ୍ଧି ନେଇ ଆରବିଆଇ ପକ୍ଷରୁ ସୂଚନା ରହିଛି । ଅର୍ଥାତ ୨ହଜାର ଟଙ୍କିଆ ନୋଟ୍ ୮ ଅକ୍ଟୋବରରୁ ଅଚଳ ହୋଇଯିବ । ତେବେ ଗୋଟେ ଥରରେ ୨ହଜାର ଟଙ୍କିଆ ନୋଟ୍ ସର୍ବାଧିକ ୨୦ ହଜାର ଟଙ୍କା ଜମା କରାଯାଇପାରିବ । ଆଜି ଏହା ଶେଷ ହେବାର ଥିଲା ହେଲେ ଆରବିଆଇ ଏହି ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦେଇଛି । ଏବେସୁଦ୍ଧା ୩.୫୬ ଲକ୍ଷ କୋଟିରୁ ୩.୪୨ ଲକ୍ଷ କୋଟି ୨୦୦୦ ଟଙ୍କିଆ ନୋଟ୍ ଫେରିଛି । ବର୍ତ୍ତମାନ ମାତ୍ର ୦.୧୪ ଲକ୍ଷ କୋଟି ଟଙ୍କାର ନୋଟ୍ ବଜାରରେ ରହିଛି ବୋଲି ଆରବିଆଇ ସୂଚନା ଦେଇଛି ।