ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବରେଇପାଲି ଛକ ଅଞ୍ଚଳରେ ଉଚ୍ଛେଦ ହୋଇଥିବା ଦୋକାନୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ଜିଲ୍ଲା ସଭାପତି ଗିରିସ ପଟେଲ ଙ୍କ ନେତୃତ୍ବରେ ବିଜେପିର ପ୍ରତିନିଧି ଦଳ ମଧ୍ୟ ଦୋକାନୀଙ୍କ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ। ଏହି ଦାବିପତ୍ରରେ ଉଚ୍ଛେଦ ହୋଇଥିବା ଦୋକାନୀ ଙ୍କୁ ଉଚ୍ଛେଦ ପରେ ଥଇଥାନ କରିବାକୁ ଦାବି କରାଯାଇଛି। ଏହାସହ ବର୍ତ୍ତମାନ ଆଗକୁ ଆଉ ଉଚ୍ଛେଦ କାର୍ୟ୍ୟ ନକରିବାକୁ ଦାବି କରାଯିବା ସହ ଉଚ୍ଛେଦ ପୁର୍ବରୁ ଅଧିକ କିଛି ଦିନ ସମୟ ଦେବାକୁ ଅନୁରୋଧ କରାଯାଇଛି । ଆଜି ଦାବିପତ୍ର ପ୍ରଦାନ ସମୟରେ ପୁର୍ବତନ କାଉନସିଲର ନିଲାମ୍ବର ମହାନନ୍ଦ, ଯୁବ ବିଜେପିର ଜିଲ୍ଲା ସଭାପତି ଅଶ୍ଵିନି ମାଝୀଙ୍କ ସମେତ ବରେଇପାଲିର ବହୁ ଉଚ୍ଛେଦ ହୋଇଥିବା ଦୋକାନୀ ଉପସ୍ଥିତ ରହିଥିଲେ ।