ବ୍ୟୁରୋ: ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁମାନେ ବି ବହୁତ ଚାଲାଖ ହୋଇଗଲେଣି । ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ,ଯାହାକୁ ଦେଖିଲେ ହୁଏତ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଅଟେ ମାତ୍ରାରେ ଭାଇରାଲ ହୋଇଛି , ଯାହାକୁ ଦେଖି ଜଣେ ଭାବିବାକୁ ବାଧ୍ୟ ହୋଇଥାଏ, ଯେ ପ୍ରକୃତରେ ପଶୁମାନେ ବି କେତେ ଚାଲାକ ।
No body on earth can provide better security than an elephant herd to the cute new born baby. It’s Z+++.
Said to be from Sathyamangalam Coimbatore road. pic.twitter.com/iLuhIsHNXp— Susanta Nanda IFS (@susantananda3) June 22, 2022
ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ଏକ କୁନି ହାତୀକୁ ଦିଆଯାଇଛି Z++ ସୁରକ୍ଷା। ହାତୀମାନଙ୍କ ସୁରକ୍ଷା ବଳୟରେ ଭିତରେ ଚାଲୁଛି ଛୁଆ ହାତୀ । ବଡ଼ ହାତୀଙ୍କ ସହ ତାଳ ଦେବାକୁ କୁନି କୁନି ପାଦରେ ଦୌଡୁଛି ହାତୀ ଛୁଆଟି । ଏପରି ଏକ ସୁନ୍ଦର ଭିଡ଼ିଓ ସେୟାର କରିଛନ୍ତି IFS ଅଫିସର ସୁଶାନ୍ତ ନନ୍ଦା। ସତ୍ୟମଙ୍ଗଲମ କୋଏମ୍ବାଟୁରର ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।