୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ

ଭୁବନେଶ୍ୱର : ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିସନ । ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ ଓ ଟିମ ।

ଦେଶରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ ୨୦୨୪ । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟକୁ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହି କ୍ରମରେ ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୧୫ ତାରିଖରୁ ଓଡିଶା ଗସ୍ତରେ ଆସୁଛନ୍ତି । ୧୭ ତାରିଖ ଯାଏଁ ଓଡିଶାରେ ରହିବେ ଭାରତୀୟ ନିର୍ବାଚନ କମିସନ ।

ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଭୁବନେଶ୍ୱର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପ୍ରଶାସନ, ଜିଲ୍ଲା ନିର୍ବାଚନ ଅଧିକାରୀ, ଏସପିଙ୍କ ସହିତ ଆଲୋଚନା କରିବେ ଭାରତୀୟ ନିର୍ବାଚନ କମିସନ ।