ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ଘରେ ଇଡିର ଚଢାଉ । ଆଜି ତାଙ୍କ କୋଲକାତାସ୍ଥିତ ବାସଭବନରେ ଚଢାଉ କରିଛି ଇଡି । ପଶ୍ଚିମବଙ୍ଗ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଥିବା କୁହାଯାଉଛି । ତେବେ ଏହି ଦୁର୍ନୀତି ମାମଲାରେ ଅନେକ ଦିନରୁ ତଦନ୍ତ କରି ଆସୁଛି ଇଡି । ତେବେ ଯେବେଠାରୁ ରାସନ ଦୁର୍ନୀତି ହୋଇଥିଲା ସେହି ସମୟରେ ଖାଦ୍ୟାମନ୍ତ୍ରୀ ଥିଲେ ଜ୍ୟୋତିପ୍ରିୟା ମଲିକ ।
ସୂଚନା ଅନୁଯାୟୀ, ରାସନ ଦୁର୍ନୀତି ମାମଲାରେ ବକିବୁର ରେହମାନଙ୍କୁ ଗିରଫ କରାଯିବା ପରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଥିଲା। ଇଡି ଆଜି ସକାଳ ସାଢ଼େ ୬ଟା ସମୟରେ ସଲ୍ଟ ଲେକ୍ର ବିସି ବ୍ଲକରେ ଥିବା ମନ୍ତ୍ରୀଙ୍କ ଦୁଇଟି ଘରେ ପହଞ୍ଚିଥିଲା। ଇଡି ମନ୍ତ୍ରୀଙ୍କ ଘର ବ୍ୟତୀତ ନାଗରବଜାରରେ ଥିବା ତାଙ୍କ ଆସିଷ୍ଟାଣ୍ଟ୍ ଅମିତଙ୍କ ଫ୍ଲାଟରେ ମଧ୍ୟ ପହଞ୍ଚିଥିଲା ଏବଂ ଯାଞ୍ଚ ଆରମ୍ଭ କରିଥିଲା। ଅଧିକାରୀମାନେ ଗୁରୁବାର ସକାଳେ ମୋଟ ୮ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରିଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଏବଂ ବ୍ୟବସାୟୀ ବକିବୁରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ଇଡି ଯାଞ୍ଚ କରୁଛି।