ଭୁବନେଶ୍ୱର: ମଧ୍ୟରାତ୍ରିରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକରେ ଥିବା କିମ୍ଭିରିଆ ବସ୍ତିରେ ଘଟିଛି ଏହିପରି ଏକ ଭୟାନକ ଘଟଣା । ଏହି ବସ୍ତିର ସତ୍ୟଘନ ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଜଣେ ଯୁବକ । ଯୁବକ ଜଣକ ନିଶାଶକ୍ତ ହୋଇ ଦମ୍ପତ୍ତିଙ୍କୁ ଆକ୍ରମଣ କରିଛି । ଦମ୍ପତ୍ତିଙ୍କୁ ଗୁରୁତର ଅବସ୍ଥାରେ କାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୂତାବକ ପ୍ରେମରେ ବିଫଳତା ପରେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଛି ଦୁର୍ବୃତ୍ତ ।ଅଭିଯୁକ୍ତ ଜଣକ ପାଖ ବସ୍ତିର ବୋଲି ସୂଚନା ମିଳିଛି ।ଗତକାଲି ରାତିରେ ସବୁ ଶୋଇଥିବା ଅବସ୍ଥାରେ ଯୁବକ ଜଣକ ଘରେ ପଶି ଆସି ଦମ୍ପତ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଦମ୍ପତ୍ତିଙ୍କ ମଧ୍ୟରୁ ସ୍ୱାମୀ ସତ୍ୟଘନଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାର ଜଣାପଡିଛି । ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ସୁଧରିବାରେ ଲାଗିଛି । ଅଭିଯୋଗ ପରେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଛି । କେଉଁ ଅବସ୍ଥାରେ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଲେ। କେବଳ ପ୍ରେମ ନା ଆଉ କେଉଁ ଶତ୍ରୁତା ରହିଛି, ସେ ସମ୍ପର୍କରେ ଛାନଭିନ୍ ଜାରି ରହିଛି ।