ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ର ଜଗତସିଂହପୁର ଜିଲ୍ଲା ସମ୍ମିଳନୀ ପାରାଦୀପ ସ୍ଥିତ ଶ୍ରମିକ ଭବନ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଜିଲ୍ଲା ସଭାପତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିଜୟ ପଢ଼ିହାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସାଂସ୍କୃତିକ ଓ ବିଭିନ୍ନ ଦେଶ ସହିତ ବନ୍ଧୁତା ସ୍ଥାପନ ସମ୍ପର୍କରେ ବିଶେଷ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ବିଜୟ ମହାନ୍ତି ଙ୍କ ସମେତ ଅନ୍ୟ ସମ୍ମାନିତ ଅତିଥି ମାନେ ଉପସ୍ଥିତ ଥିଲେ l ଏହି ସମ୍ମିଳନୀରେ ମୂଖ୍ୟ ଅତିଥି ତଥା ସମସ୍ତ ଅତିଥି ମାନେ ଶାନ୍ତି, ମୈତ୍ରୀ, ପରିବେଶ ସୁରକ୍ଷା, ପରମାଣୁମୁକ୍ତ ବିଶ୍ୱ ଓ ପ୍ରଗତିଶୀଳ ଆନ୍ଦୋଳନକୁ ଜୋରଦାର କରିବା ସହିତ ସମାଜର ସାଂସ୍କୃତିକ ଅବକ୍ଷୟ ଓ ଏଥିରେ ଉନ୍ନତି ଆଣିବା ନିମନ୍ତେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ସଂଗଠନକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।ପାରାଦୀପରେ ଏହି ସମ୍ମିଳନୀ ସଫଳତାର ସହ ଆୟୋଜନ କରା ଯାଇଥିବାରୁ ସଂଗଠନ ସମୃଦ୍ଧି ନିମନ୍ତେ ସମସ୍ତେ ଏହାକୁ ପ୍ରୟାସ କରିବାକୁ ସଭାପତି ବସନ୍ତ ବିଶ୍ବାଳ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।