ସତ୍ସଙ୍ଗରେ ଦଳାଚକଟା : ମୃତଙ୍କ ସଂଖା ୫୦ରୁ ଅଧିକ

ଉତ୍ତର ପ୍ରଦେଶ:  ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟିଛି। ହାଦରସ ଜିଲ୍ଲା ସିକନ୍ଦରାରାଓର ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି।  ସେହିପରି ଦଳାଚକଟାରେ ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟ ବହୁ ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

କୁହାଯାଇଛି ଯେ ସତସଙ୍ଗ ଶେଷ ହେବା ପରେ ଲୋକ ସେ ସ୍ଥାନ ଛାଡିବା ସମୟରେ ଦଳାଚକଟା ହୋଇଥିଲା। ସତସଙ୍ଗରେ ପ୍ରବଳ ଭିଡ ହୋଇଥିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ । ଯାହା ଫଳରେ ବଡ଼ ଅଘଟଣ ଘଟିଥିଲା। ସେପଟେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପ ଘୋଷଣା କରିଛନ୍ତି ।  ଏଥି ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି।