ଯୁବକଙ୍କ ମୃତ ଦେହ ଉଦ୍ଧାର

ଯାଜପୁର/ ବେଦପ୍ରକାଶ ନାୟକ:  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୃଷ୍ଣଦାସପୁର ଛକ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ମଣ୍ଡୁକା ଗ୍ରାମର ଯଦୁନାଥ ଦଳାଇ । ଯଦୁନାଥ ଦୀର୍ଘ ପନ୍ଦର ବର୍ଷ ହେବ ମଣ୍ଡୁକା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ । ସେ ଦିନ ମଜୁରିଆ ଭାବରେ କାମ କରି ନିଜ ପରିବାର ପୋଷଣ କରୁଥିଲେ । ଦୁର୍ଭାଗ୍ୟର କଥା ଗତ କାଲି ରାତିରେ କିଛି ଅସାମାଜିକ ଲୋକ ଯଦୁନାଥଙ୍କୁ ମାରିଦେଇଥିବା ପରିବାର ଲୋକେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଯଦୁନାଥଙ୍କ ପରିବାର କହିଲେ ତାଙ୍କ ପତ୍ନୀ ଏବଂ ଦୁଇଟି ଛୋଟ ଛୁଆ ଅଛନ୍ତି । ଯଦୁନାଥ ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କ ପରିବାର ଏବେ ଦୁଃଖରେ ଭାଙ୍ଗି ପଡ଼ିଛି । ଏବେ ଦେଖିବାକୁ ବାକି ରହିଲା ଯେ, ତାଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି ।