ବରମୁଣ୍ଡା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ବରମୁଣ୍ଡା ଗାଁର ଟୁନ ନାୟକ ବୋଲି ଜଣା ପଡିଛି । ଟୁନ ନାୟକ ସଚିବାଳୟରେ ଜଣେ ଡ୍ରାଇଭର ଭାବରେ କାମ କରୁଥିଲେ । ପୋଖରୀର ଟୁନଙ୍କ ମୃତଦେହ ଭାସୁଥିବା ପ୍ରଥମେ କିଛି ଲୋକ ଦେଖିଥିଲେ । ଯାହାପରେ ଲୋକମାନେ ଖଣ୍ଡଗିରି ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଟୁନଙ୍କ ମୃତଦେହକୁ ପୋଖରୀରୁ ବାହାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ମଧ୍ୟ ଅସ୍ପଷ୍ଟ ।