କେନ୍ଦୁଝର : ରାସ୍ତା କଡ ନାଳରୁ ମିଳିଛି କ୍ଷୀର ବିକାଳିର ମୃତ ଶରୀର । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତଗର୍ତ ବଳିପର୍ବତ ଗାଁ ବ୍ରାହ୍ମଣିପାଳ ରାସ୍ତାର ସଉତୁଣୀ ନାଳ ନିକଟରୁ । ଘଟଣାସ୍ଥଳରେ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ, ମୃତକ ଜଣଙ୍କ ଘଷିପୁରା ଥାନା ଅନ୍ତର୍ଗତ ଟୋଲକନାଣ୍ଡି ଗ୍ରାମର ରମେଶ ବା ଜଡା ଦାସ । ଜଡା ଦାସ ଜଣେ ଗରିବ ଲୋକ । ସେ ପ୍ରତ୍ୟେକ ଦିନ ସାଇକେଲ ଯୋଗେ କ୍ଷୀର ନେଇ ନିକଟସ୍ଥ ବ୍ରାହ୍ମଣିପାଳ ଓ ବଳିପର୍ବତ ଯାଇଥାନ୍ତି । କିନ୍ତୁ ବୁଧବାର ଦିନ ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ନଫେରିବାରୁ ପରିବାର ବ୍ୟସ୍ତ ହୋଇ ଚାରିଆଡେ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇନଥିଲେ । ହେଲେ ଗୁରୁବାର ଦିନ ସକାଳୁ ପରିବାରଙ୍କୁ ତାଙ୍କର ମୃତ୍ୟୁ ଖବର ମିଳିଥିଲା । ପରିବାର ଲୋକଙ୍କ କହିବାକଥା ରମେଶ ଦାସଙ୍କୁ କିଏ ମାରି ଦେଇଛନ୍ତି । କାରଣ ଟ୍ରକ ଯଦି ବାଡେଇ ଥାନ୍ତା ତାହେଲେ ବଡିଟି ବିଭତ୍ସ ହୋଇଥାନ୍ତା । ତେବେ ଘଟଣାକୁ ଦେଖିଲେ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି । ଖବର ପାଇ ଦୈତାରୀ ପୋଲିସ ପହଁଚି ଶବ ଜବତ କରି ବ୍ୟବଛେଦ ପାଇଁ ଆନନ୍ଦପୁର ପଠାଇବା ସହିତ ପୋଲିସ ଜୋରଦାର ତଦନ୍ତ ଜାରି ରଖିଛି ।