ପୋଲିସର ସୁରକ୍ଷା ମାଗିଛନ୍ତି ବଲାଙ୍ଗିର ରାଜପରିବାର ସାନବୋହୂ

ପୋଲିସର ସୁରକ୍ଷା ମାଗିଛନ୍ତି ବଲାଙ୍ଗିର ରାଜପରିବାର ସାନବୋହୂ। ଏ ନେଇ ଅଦ୍ରିଜା ମଞ୍ଜରୀ ସିଂହଦେଓ ଇ- ମେଲ ମାଧ୍ୟମରେ ବଲାଙ୍ଗିର ଏସ୍ପିଙ୍କୁ ଜଣାଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍ ଆସି ତାଙ୍କର ଜିନିଷପତ୍ର ଆଣିବାକୁ ଚାହୁଁଛନ୍ତି ଅଦ୍ରିଜା । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ ଭୟ ଥିବାରୁ ସୁରକ୍ଷା ଦେବାକୁ ଇ-ମେଲ୍ ଯୋଗେ ଜଣାଇଛନ୍ତି ଅଦ୍ରିଜା ମଞ୍ଜରୀ ସିଂହଦେଓ । ପୂର୍ବରୁ ମଧ୍ୟ ଅଦ୍ରିଜା ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଚିଠି ଲେଖିଥିଲେ । ଯାହାର କୌଣସି ଉତ୍ତର ବଲାଙ୍ଗିର ପୋଲିସ ପାଖରୁ ମିଳି ନଥିବା ସେ ଉଲ୍ଲେଖ କରିଛନ୍ତି । ଅର୍କେଶ ନାରାୟଣ ସିଂହଦେଓ ଓ ପତ୍ନୀ ଅଦ୍ରିଜାଙ୍କ ଘରୋଇ ହିଂସା ମାମଲା ତେଜିବାରେ ଲାଗିଛି । ପୂର୍ବରୁ ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ଅର୍କେଶଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ଡେରାଡନ୍ ପୋଲିସ । ଏହାପରେ ଅର୍କେଶଙ୍କ ଘରୋଇ ସହାୟିକାଙ୍କ ଅଭିଯୋଗ ଆଧାରରେ ଅଦ୍ରିଜା, ତାଙ୍କ ବାପା ଓ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।