ଝାଡ଼ଖଣ୍ଡ: ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନ ଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନ ଙ୍କୁ କୋର୍ଟରେ ହାଜର କରିଥିଲା ଇଡି ।
ସୂଚନା ଅନୁଯାୟୀ, ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଶ୍ରୀ ସୋରେନ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେହି ଆବେଦନ ପ୍ରତ୍ୟାହାର କରାଯାଇଛି।ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଆବେଦନରେ ଶ୍ରୀ ସୋରେନ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର କ୍ଷମତାର ଅପବ୍ୟବହାର କରି ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାରକୁ ଅସ୍ଥିର କରିବା ପାଇଁ କାର୍ଯ୍ୟ କରୁଛି। ସେ ତାଙ୍କ ଗିରଫଦାରୀକୁ ବେଆଇନ ଏବଂ ଅଧିକାର ବିହୀନ ବୋଲି ମଧ୍ୟ କହିଛନ୍ତି।