ଥମିବାରେ ଲାଗୁନି କାଳୀ ପୋଷ୍ଟରର ବିବାଦ

ବ୍ୟୁରୋ: ଥମିବାର ନାଁ ନେଉନି କାଳୀ ଫଲ୍ମୀର ବିବାଦ । ଦିନକୁ ଦିନ ଘଟଣା ବଢିଚାଲିଛି । ଏହାକୁ ନେଇ ମାମଲା ରୁଜୁ କରାଯାଇଥିଲା । ଏବେ ମାମଲା କେବଳ ଥାନା ନୁହେଁ ବରଂ କୋର୍ଟରେ ପହଂଚିଲାଣି । ଘଯଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ଲୀନା ମରିକେଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି ।ଏନେଇ ଅଗଷ୍ଟ ୬ତାରିକରେ ମାମଲାର ଶୁଣାଣି ହେବା ଦେବୀ କାଳୀଙ୍କୁ ସିଗାରେଯ ପିଉଥିବାର ଚିତ୍ର କରିବା ଅଭିଯୋଗରେ ନେଟିସ୍ ଜାରି କରିଛି କୋର୍ଟ ।ଏହା ପୂର୍ବରୁ ଲୀନାଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ସୂଚନାନୁସାରେ, ଫିଲ୍ମର ପୋଷ୍ଟର ଧାର୍ମିକ ଭାବନାକୁ ଆଘାତ ପହଂଚାଇଥିବା ନୈତିକତା ଭଦ୍ରତାର ବିରୋଧାଭାସ କରୁଛି । ଯାହାକୁ ଲୀନା ତାଙ୍କ ଟ୍ୱଟର ହ୍ୟାଣ୍ଟେଲ୍ରୋ ଟ୍ୱିଟ୍ କରିଛନ୍ତି । ଳୀନା ନିଜ ଫିଲ୍ମ ପୋଷ୍ଟରକୁ ସେୟାର କରିଥିଲେ, ଯାହାକି ଲୋକଙ୍କ ଭାବନାକୁ ଆଘାତ ପହଂଚାଇଥିଲା । ଲୋକମାନେ ଲୀନାକୁ ତୁରନ୍ତ ଦାବି ଉଠାଇଥିଲେ, ଏବଂ ଏହି କାରଣରୁ ବର୍ତ୍ତମାନ ଟ୍ୱିଟରରେ#arrestleenamanimekalai ଟ୍ରେଣ୍ଡ କରିବାକୁ ଲାଗିଛି ।

୨ ଜୁଲାଇରେ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟର ସେୟାର କରିଥିଲେ। ଏହି ପୋଷ୍ଟର ସେୟାର କରି ସେ କହିଥିଲେ ଯେ ଏହି ଡକ୍ୟୁମେଣ୍ଟାରୀକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। କନାଡାର ଟରୋଣ୍ଟୋରେ ରହୁଥିବା ମଣିମେକଲାଇ ଟ୍ଵିଟର ଆକାଉଣ୍ଟରେ ସର୍ଟ ଫିଲ୍ମ ‘କାଳୀ’ର ପୋଷ୍ଟର ସେୟାର କରିଥିଲେ। ଲୀନା ଡକ୍ୟୁମେଣ୍ଟାରୀର ନାମ ‘କାଳୀ’ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟର ସେୟାର କରିଛନ୍ତି, ସେଥିରେ ମା’ କାଳୀଙ୍କ ହାତରେ ସିଗାରେଟ ରହିଛି।

କେବଳ ଏତିକି ନୁହେଁ, ପୋଷ୍ଟରରେ ମା’ କାଳୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଥିବାବେଳେ ଅନ୍ୟ ହାତରେ ଖଏଈଞଛ ସମ୍ପ୍ରଦାୟର ପତାକା ନଜର ଆସୁଛି।କାଳୀ ପୋଷ୍ଟର ବିବାଦ ମଧ୍ୟରେ ଲୀନା ମଣିମେକଲଇ ନିଜ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସେୟାର କରିଛନ୍ତି। ଫଟୋରେ ଭଗବାନ ଶିବ-ପାର୍ବତୀଙ୍କ ବେଶରେ ଦୁଇ କଳାକାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଫଟୋରେ ଉଭୟ କଳାକାର ଧୂମପାନ ମଧ୍ୟ କରୁଛନ୍ତି। ଫଟୋକୁ ଟ୍ଵିଟ୍ କରି ଲୀନା ମଣିମେକଲଇ ଲେଖିଛନ୍ତି- ଆଉ ଗୋଟେ କେଉଁଠି। ସୋସିଆଲ ମିଡିଆରେ ସେୟାର ହେଉ ହେଉ ଏହି ଫଟୋ ଖୁବ୍ ଭାଇରାଲ ହେଉଛି। ଲୋକମାନେ ଏହି ଫଟୋ ଯୋଗୁ ଏବେ ଫିଲ୍ମ ନିର୍ମାତାଙ୍କୁ ଗାଳି ଗୁଲଜ କରି ଟ୍ରୋଲ୍ କରୁଥିବା ଦେଖାଯାଉଛି।