ବାରଟା ବାଜୁ ନ ଥିବା ଘଣ୍ଟା

ସୋଲୋଥନ: ଦର୍ଶକ ବନ୍ଧୁ କୁହାଯାଏ ସମୟ କେବେ ବି ଅଟକେ ନାହିଁ  । ଆମକୁ ସମୟ ହିସାବରେ ଚାଲିବାକୁ ପଡେ । ନା ସେ କେବେ କମି ଯାଏ ନା ବଢିଯାଏ । ସମସ୍ତଙ୍କ ପ୍ରତି ସମାନ ହୋଇଥାଏ । ଘଣ୍ଟାର ପ୍ରତିଟି ସେକେଣ୍ଡ ଆମ ପାଇଁ ବେଶ ମହତ୍ୱ ରଖିଥାଏ । ହେଲେ ବର୍ତ୍ତମାନ ଆମେ ଆପଣଙ୍କୁ ଏକ ଏମିତି ସହର ବିଷୟରେ କହିବୁ ଯେଉଁଠି ଘଣ୍ଟାରେ ନାହିଁ ୧୨ ନମ୍ବର । ସାଧାରଣ ଘଣ୍ଟାରେ ଦିନରେ ୨ ଥର ୧୨ ଟା ବାଜିଥିବାର ଆପଣ ଜାଣି ଥିବେ । ହେଲେ ଦୁନିଆରେ ଏମିତି ବି ଜାଗା ଅଛି ଯେଉଁଠି ୧୨ ଟା ଆଦଉ ବାଜି ହିଁ ନ ଥାଏ । ଏହାର କାରଣ ଯାଣିବି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଅଜବ ଘଣ୍ଟାଟି ସ୍ୱିଜରଲାଣ୍ଡର ସୋଲୋଥନରେ ରହିଛି । ଏହି ସହରର ଟାଉମ ସ୍କେ୍ୱୟାରରେ  ଏହି ଘଣ୍ଟା ଲାଗିଛି । ଏହି ଘଣ୍ଟାରେ କେବଳ ୧୧ ଅଙ୍କ ହିଁ ରହିଛି । ଆଉ ବାର ନମ୍ବର ଗାୟବ ହୋଇଯାଇଛି । ବାସ୍ତବରେ ସେଠାରେ ଏପିରି ଅନେକ ଘଣ୍ଟା ଅଛି । ଯେଉଁଥିରେ କେବେ ବି ୧୨ ଟା ବାଜି ନଥାଏ । ଏହି ସହରର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି , ଏଠାରେ ରହୁଥିବା ସବୁ ଲୋକଙ୍କର ୧୧ ନମ୍ବର ପ୍ରତି ରହିଛି ବିଶେଷ ଦୁର୍ବଳତା । ଏଠାରେ ଯାହା ବି ଅଛି ସବୁ ୧୧ ଆକୃତି ଡିଜାଇନର ଆଖ ପାଖରେ ରହିଥାଏ । ସହରର ଚର୍ଚ୍ଚ ଆଉ ଚାପେଲର ସଂଖ୍ୟା ମଧ୍ୟ ୧୧  ।

ଏହାକୁ ଛଡିଲେ ସଂଗ୍ରାହଳୟ, ଐତିହାସିକ ସ୍ଥଳୀ ଏବଂ ଟାୱାର ବି ୧୧ ସଂଖ୍ୟାର ରହିଛି । ଆପଣ ଏଠାରେ ଥିବା ସେଣ୍ଟ ଉର୍ସର ମୁଖ୍ୟ ଚର୍ଚ୍ଚରେ ଏହି ୧୧ ନମ୍ବରର ମହତ୍ୱକୁ ସ୍ପଷ୍ଟଭାବେ ବୁଝି ପାରିବେ । କାରଣ ଏହି ଚର୍ଚ୍ଚ ୧୧ ବର୍ଷରେ ସମ୍ପନ୍ନ ହୋଇଥିଲା । ଏହା ସହ ସେଠାରେ ୩ଟି ସିଡିର ଗୋଟିଏ ସେଟ ରହିଛି । ଯେଉଁଥିରେ ୧୧ଟି ଲେଖାଏ ଧାଡି ରହିଛି । ଏହା ବ୍ୟତିତ ୧୧ଟି କବାଟ ଓ ୧୧ଟି ଘଣ୍ଟି ମଧ୍ୟ ରହିଛି ।  ୧୧ ନମ୍ବରକୁ ଏଠାକାର ଲୋକେ ଏତେ ଭଲପାନ୍ତି ଯେ, ସେମାନେ ତାଙ୍କ ୧୧ ତମ ଜନ୍ମ ଦିନକୁ ବି ବିଶେଷ ଭାବେ ସଲେିବ୍ରେଟ କରିଥାନ୍ତି । ଏପରିକି ଏହି ଦିନରେ ଦିଆ ଯାଇଥିବା ଗିପ୍ଟ ଗୁଡିକ ମଧ୍ୟ ୧୧ ନମ୍ବରରେ ଆଧାରିତ ଥାଏ । ସେଠାକା ଲୋକଙ୍କ ଏହି ନମ୍ବର ପ୍ରତି ଏତେ ଲଗାମର କାରଣ ଏକ ଶତାବ୍ଦି ପୁରୁଣା ବିଶ୍ୱାସ ରହିଛି । କୁହାଯାଏ ଦିନ ଥିଲା ଏଠାକାର ବାସିନ୍ଧା ବହୁ କଠିନ ପରିଶ୍ରମ କରୁଥିଲେ । କିନ୍ତୁ ଏହା ସତ୍ୱେ ସେମାନଙ୍କ ଜୀବନରେ ନ ଥିଲା ସୁଖ  । କିଛି ଦିନ ପରେ ଏଠାରେ ଥିବା ପାହାଡରୁ ଏଲଫ୍ ଆସିବାକୁ ଲାଗିଲେ ଯାହାଫଳରେ ସୋଲୋଥନ ବାସୀଙ୍କ ଜୀବନରେ ଖୁସି ଫେରି ଆସିଥିଲା ।

ଏଲଫକୁ ନେଇ ଜର୍ମାନୀର ପୌରାଣିକ କାହାଣୀ ମଧ୍ୟ ଶୁଣିବାକୁ ମିଳେ । କୁହାଯାଏ ଯେ ସେମାନଙ୍କ ପାଖରେ କିଛି ଅଲୌକିକ ଶକ୍ତି ରହିଥାଏ । ଆଉ ତାଙ୍କ ଭାଷାରେ ଏଲଫ୍  ର ଅର୍ଥ ହେଉଛି ୧୧ । ଏଣୁ ସୋଲୋଥନର ଲୋକେ ସେବେଠାରୁ ୧୧ ନମ୍ବରକୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ସେଠାକୁ ଯେଉଁ ପର୍ଯ୍ୟଟକ ମାନେ ବୁଲିବାକୁ ଯାନ୍ତି ଏହି ୧୧ ନମ୍ବର ବିଶିଷ୍ଟ ଘଣ୍ଟା ଓ କାହାଣୀ ଜାଣି କୌତୁହଳ ପ୍ରକାଶ କରିଥାନ୍ତି ।