ରାଉରକେଲା : ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ରାଉରକେଲା ବିମାନବନ୍ଦରରେ ୫ଟା ୨୦ମିନିଟରେ ପହଞ୍ଚିବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେଠାରେ ପହଁଞ୍ଚି ପ୍ରଥମେ ବର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୦ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପେ୍ଲକ୍ସ ଓ ୧୮୦ଟି କାର ପର୍କେିଂ ବିଶିଷ୍ଟ ମଲଟି ଲେବୁଲ କାରପାର୍କିଂର ଲୋକାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ସହିତ ୯୦୦ କୋଟି ଟଙ୍କାର ୬୦୦ରୁ ଉର୍ଦ୍ଧ ପ୍ରକଳ୍ପର ଶିଳାନାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ହକି ତାଲିମ କେନ୍ଦ୍ରର ଲୋକାର୍ପଣ କରିବା ପରେ ୫ଟା ୫୦ମିନିଟିରେ ୱାର୍ଲଡ କପ ଭିଲେଜ ଯିବେ ନବୀନ । ପରେ ୬ଟା ୫୫ମିନିଟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ପରେ ୱାର୍ଲଡ କପ ଭିଲେଜରେ ରାତ୍ରୀ ଯାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।