ଗାଁ ଦାଣ୍ଡରେ ବୁଲୁଛି ବାଘ, ଭୟବିତ ହେଉଛନ୍ତି ଲୋକେ

ସୁନ୍ଦରଗଡ଼ : ଗାଁ ଦାଣ୍ଡରେ ବୁଲୁଛି ବାଘ । ଆପଣ ଏହା ସୁଣିଲେ ନିଶ୍ଚିନ୍ତ ଅଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ ଏମିତି ଘଟଣା ଘଟିଛି ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ । ହେଲେବାହାଲ ଗାଁରେ କଲରାପତିରିଆ ବାଘ ଅତଙ୍କ ମଚାଇ ଚାଲିଛି । ଆଜି ଜଣଙ୍କ ବାଡି ପଛପଟେ ବାଘ ପଶୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ଜୋରରେ ଚିତ୍କାର କରିବା ଆରମ୍ଭ କରିଥିଲେ। ପାଟି କରିବା ପରେ ଗାଁ ଲୋକ ବାଘକୁ ଘଉଡାଇବାରୁ ବାଘ ବିଲ ଆଡକୁ ପଳାଇଥିଲା। ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ନଜର ରଖିଛନ୍ତି।