ବଢ଼ିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି

ନୂଆଦିଲ୍ଲୀ-: ବଢ଼ିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି । ଉଭୟ ଦେଶର ସହମତିରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ଦୁଇ ଦେଶର ଡିଜିଏମ୍‌ଓ ମଧ୍ୟରେ ବୁଝାମଣା ସହିତ ଏହି ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ଏବେ ସୁରକ୍ଷା ଦୃଷ୍ଟିରୁ ଏହାର ଅବଧି ୪ଦିନ ବଢ଼ାଇ ଦିଆଯାଇଛି ।

ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ । ମେ ୧୮ରେ ପୁନର୍ବାର ସାମରିକ ଅଧିକାରୀସ୍ତରରେ କଥାବାର୍ତ୍ତା ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଅସ୍ତ୍ରବିରତି ସମୟ ବୃଦ୍ଧି ହୋଇଥିବା ସମ୍ପର୍କରେ ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଦୁଇଦେଶ ସୀମାରେ ସେମାନଙ୍କ ସୈନ୍ୟସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ମେ ୬ ଓ ୭ ତାରିଖ ରାତିରେ ଭାରତ ସେନା ପାକିସ୍ତାନର ମାଟିରେ ଅପରେସନ ସିନ୍ଦୂର ନାମରେ ସାମରିକ ଅଭିଯାନ କରିବା ପରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି ହୋଇଥିଲା । ୪ଦିନର ଯୁଦ୍ଧ ଉତ୍ତେଜନା ପରେ ମେ ୧୦ରେ ପ୍ରଥମ ଅସ୍ତ୍ରବିରତି ପାଳନ କରାଯାଇଥିଲା ।