ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କରନ ମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କରନ ମୁଣ୍ଡା ଗାଁର ଦାନ ମାଝୀଙ୍କ ଗୋଟିଏ ବଳଦ କରନମୁଣ୍ଡା ଗାଁ ନିକଟସ୍ଥ ଟ୍ରାନ୍ସଫର୍ମର ପାଖରେ ଆଜି ସକାଳୁ ଚରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଘଟଣାସ୍ଥଳରେ ହିଁ ବଳଦର ମୃତ୍ୟୁ ଘଟିଛି । ତେଵେ ଟ୍ରାନ୍ସଫର୍ମର ଚାରିପଟେ କୌଣସି ପାଚେରୀ ନ ଥିବା ଯୋଗୁଁ ଏହି ଭଲି ଅଭାବନୀୟ ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କ୍ଷ ସରକାରଙ୍କ ନୀତି ନିୟମ ଅନୁଯାୟୀ ମୃତ୍ୟୁ ବଳଦର କ୍ଷତିପୂରଣ ଦେବାକୁ ବଳଦ ମାଲିକ ଦାବି କରିଛନ୍ତି କ୍ଷ