ବ୍ୟୁରୋ: ଆତଙ୍କବଦୀଙ୍କ ଭୟଙ୍କର କାଣ୍ଡ । ଜାମ୍ମୁକାଶ୍ମୀର ବଡଗାଓଁରେ ଶନିବାର ରାତିରେ ଜଣେ ସ୍ପେଶାଲ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା । ପୋଲିସ ସହ ପୋଲିସ ଭାଇଙ୍କୁ ମଧ୍ୟ ଗୁଳିମାରି ଗୁରୁତର କରିଥିଲେ । ତାଙ୍କ ମେଡିକାଲ ନିଆଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଜନସାଧାରଣ କେତେ ସୁରକ୍ଷିତ ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ କିଛି ଆତଙ୍କବାଦୀ ସ୍ପେଶାଲ ପୋଲିସ ଅଫିସର (ଏସିପିଓ) ଈଶଫକ ଅହମଦ ଦରଙ୍କ ବଡ଼ଗାଡ଼ ସ୍ଥିତ ଘରେ ପଶି ଗୁଳିମାଡ କରିଥିଲେ । ଗୁଳିମାଡ ଯୋଗୁଁ ଘଟଣାସ୍ଥଳରେ ଟଳି ପଡିଥିଲେ ପୋଲିସ ଅଫିସର । ଗୁରୁତର ଅବସ୍ଥାରେ ତାଙ୍କ ଭାଇଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ଆତଙ୍କବାଦୀ ଗୁଳିମାରିବା ପରେ ଫେରାର ହୋଇଛନ୍ତି ।
କେଉଁ କାରଣରୁ ଏ ନେଇ ପୋଲିସ ପ୍ରଶାସନ ତଦନ୍ତ ଜାରି ରଖିଛି । ମୃତ୍ୟୁ ଭାଇଙ୍କ ଅନ୍ତିମ ସଂସ୍କାର ବଡଗାମର ଚାଡ଼ବଗ ଗାଁରେ ଶେଷ ବିଦାୟ ଜଣାଇଛନ୍ତି । ପରିବାର ଲୋକ ଭୟଭିତ ଅବସ୍ଥାରେ ଅଛନ୍ତି । ଅନ୍ତିମ ଯାତ୍ରାରେ ସାମିଲସାମିଲ ହୋଇଥିବା ପରିବାର ଲୋକ ଘଟଣା ପରେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯିବେ ବୋଲି ଘୋଷଣା କରିଛନ୍ତି ।