କଲେଜ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର:  ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଖମାର ଥାନା ବେଠିଆ ଗ୍ରାମର ରାଜେନ୍ଦ୍ର ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରାଜେନ୍ଦ୍ର ତାଳଚେର ଅଞ୍ଚଳରେ ଜେସିବି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । କଲେଜ କ୍ୟାମ୍ପସ ମଧ୍ୟରେ ଥିବା ଏକ ଗଛରେ ତାଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ରାଜେନ୍ଦ୍ରଙ୍କୁ କେହି ମାରିଦେଇ ଗଛରେ ଝୁଲାଇ ଦେଇଥିବା ପରିବାର ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।