କେନାଲରେ ଭାସୁଛି ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ/ ସୁଧାକର ସାହୁ:   ଆଜି ସକାଳୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ତାଳଚେର ଚାଳିଆକୁଟା ନିକଟରେ ଥିବା କେନାଲରେ ଏକ ଶବ ଭାସୁଥିବାର ଦେଖିବାକୁ ମିଳିଛି । ସକାଳେ ଲୋକମାନେ ଗାଧୋଇବା ପାଇଁ କେନାଲକୁ ଯିବା ସମୟରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ତାଳଚେର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିବା ସହ ତଦନ୍ତ ଜାରିରଖିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ତାଳଚେର ପୌରପରିଷଦ ୧୧ନଂ ୱାର୍ଡ ଚାଳିଆକୁଟାର ବାସିନ୍ଦା ରାଜେଶ ନାଏକ । ୨୪ ବର୍ଷୀୟ ଏହି ଯୁବକଙ୍କ ମୃତ୍ୟୁ କିଭଳି ହୋଇଛି ତାହା ଅସ୍ପଷ୍ଟ ରହିଛି ।